ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍‌ କଲା ପାକିସ୍ତାନ

ଇସ୍‌ଲାମାବାଦ/କାବୁଲ,୧୮।୩: ପାକିସ୍ତାନ ସୋମବାର ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍‌ କରିବାରୁ ୩ ପିଲାଙ୍କ ସମେତ ୮ଜଣଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ବିଭିନ୍ନ ସହରଗୁଡ଼ିକରେ ଆତଙ୍କବାଦୀ ଆକ୍ରମଣ ବଢ଼ୁଥିବାରୁ ଏନେଇ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଇସ୍‌ଲାମାବାଦ ହଠାତ୍‌ ଏୟାରଷ୍ଟ୍ରାଇକ୍‌ କରିଥିବା ଆଫଗାନ ତାଲିବାନ କହିଛି।

ପାକ୍‌ ସୀମାବର୍ତ୍ତୀ ଆଫଗାନିସ୍ତାନର ପାକଟିକା ଏବଂ ଖୋସ୍ତ ପ୍ରଦେଶରେ ଏୟାରଷ୍ଟ୍ରାଇକ୍‌ ହୋଇଥିବା ସେଠାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ରାତି ପ୍ରାୟ ୩ଟା ସମୟରେ ପାକିସ୍ତାନୀ ଯୁଦ୍ଧବିମାନରୁ ଆବାସିକ ଅଞ୍ଚଳରେ ବୋମାମାଡ଼ ହୋଇଥିଲା ବୋଲି ସରକାରଙ୍କ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି।

Share