୯ରେ ଅନାସ୍ଥାର ସମ୍ମୁଖୀନ ହେବେ ଇମ୍ରାନ

ଇସ୍‌ଲାମାବାଦ,୭।୪: ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ପାକିସ୍ତାନ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସଂସଦ ଭଙ୍ଗ କରିବା ନିଷ୍ପତ୍ତି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ଏଥିସହ ନିର୍ବାଚନ କରିବା ନିଷ୍ପତ୍ତିକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ଏପ୍ରିଲ ୯ ପୂର୍ବାହ୍ନ ୧୦ଟାରେ ନ୍ୟାସନାଲ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଯିବ ବୋଲି କୋର୍ଟ ରାୟ ପ୍ରକାଶ କରିଛନ୍ତି। ଫଳରେ ଇମ୍ରାନ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବେ। ଅନ୍ୟପକ୍ଷେ ଅନାସ୍ଥା ପ୍ରସ୍ତାବ ଖାରଜ କରିବା ନିଷ୍ପତ୍ତି ଉପରେ ଉପବାଚସ୍ପତି ଦେଇଥିବା ନିିଷ୍ପତ୍ତି ଅସାମ୍ବିଧାନିକ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି। ଯଦି ଅନାସ୍ଥା ପ୍ରସ୍ତାବ ସଫଳ ହୁଏ ତେବେ ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚନ ହେବ। ତେବେ କୋର୍ଟଙ୍କ ଏହି ରାୟକୁ ପିଟିଆଇ ନେତା ସ୍ବାଗତ ଜଣାଇଛନ୍ତି।

Share