Categories: ଖେଳ

ପାକିସ୍ତାନ-ଶ୍ରୀଲଙ୍କା ଲଢ଼େଇ: ଫାଇନାଲ ଖେଳିବାକୁ ମିଳିବ ଟିକଟ…

କଳମ୍ବୋ,୧୪।୯ : ଗୁରୁବାର (୧୪ସେପ୍ଟେମ୍ବର) ଏସିଆ କପର ସୁପର -୪ ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ। ଏହି ଟୁର୍ନାମେଣ୍ଟରେ କୌଣସି ଅଫିସିଆଲ ସେମିଫାଇନାଲ ମ୍ୟାଚ ନାହିଁ, କିନ୍ତୁ ଫାଇନାଲରେ ପହଞ୍ଚିବା ପାଇଁ ଏହି ମ୍ୟାଚ ଉଭୟ ଦଳ ପାଇଁ ସେମିଫାଇନାଲ ଭଳି ହେବ। ଏହି ମ୍ୟାଚ ଜିତିଥିବା ଦଳ ସେପ୍ଟେମ୍ବର ୧୭ ରେ ଫାଇନାଲରେ ଭାରତ ବିପକ୍ଷରେ ଖେଳିବ। ଚାରି ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଭାରତ ପ୍ରଥମ ସ୍ଥାନରେ ରହିଛି। ଏଥି ସହିତ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ଏବଂ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ଉଭୟଙ୍କର ଦୁଇଟି ପଏଣ୍ଟ ଅଛି, କିନ୍ତୁ ଶ୍ରୀଲଙ୍କା ନେଟ ରନ ହାରରେ ଆଗରେ ରହିଛି।

ଏହି ମ୍ୟାଚରେ ପାକିସ୍ତାନ ପାଇଁ ସମସ୍ୟା ହେଉଛି ସେମାନଙ୍କର ଦ୍ରୁତ ବୋଲର ନାସିମ ଶାହା କାନ୍ଧରେ ଆଘାତ ଯୋଗୁଁ ଏସିଆ କପ ବାହାରେ ଅଛନ୍ତି। ଏହି ସମୟରେ ହାରିସ ରାଉଫ ମଧ୍ୟ ଆହତ ହୋଇଛନ୍ତି। ଭାରତ ବିପକ୍ଷରେ ଉଭୟ ବୋଲର ଆହତ ହୋଇଥିଲେ। ହାରିସ ଶ୍ରୀଲଙ୍କା ବିପକ୍ଷରେ ଖେଳିବେ ନାହିଁ।

ମ୍ୟାଚ କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ।

ପାକିସ୍ତାନର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ମହମ୍ମଦ ହାରିସ, ଇମାମ ଉଲ ହକ, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ କିପର), ସାଉଦ ଶକିଲ, ଇଫିତଖର ଅହମ୍ମଦ, ଶାଦବ ଖାନ (ଉପ-ଅଧିନାୟକ), ମହମ୍ମଦ ନୱାଜ, ଶାହିନ ଆଫ୍ରିଦି, ମହମ୍ମଦ ୱାସିମ ଜୁନିୟର, ଜମାନ ଖାନ ପ୍ରମୁଖ ଅଛନ୍ତି।

ସେହିପରି ଶ୍ରୀଲଙ୍କାର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ପୃଥମ ନିସଙ୍କା, ଡିମୁଥ କରୁଣାତ୍ନେ, କୁସାଲ ମେଣ୍ଡିସ (ୱିକେଟ କିପର), ସାଦିରା ସମରୱିକ୍ରାମା, ଚାରିଥ ଆସାଲଙ୍କା, ଧନଞ୍ଜୟ ଦେ ସିଲଭା, ଦାସୁନ ଶାନାକା (ଅଧିନାୟକ), ଡୁନିଥ ଭେଲାଲେଜ, ମହିଷ ଟିକସିନା, କାସୁନ ରାଜିତା, ମାଥିଶା ପାଥିରାନା ଅଛନ୍ତି।

 

Share