ଆଫଗାନିସ୍ତାନର ସହାୟତା ଲୋଡ଼ିଲା ପାକିସ୍ତାନ

ଇସଲାମାବାଦ,୪ା୨: ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଆତଙ୍କବାଦୀ ଗୋଷ୍ଠୀକୁ ନିୟନ୍ତ୍ରଣ କରିବା ପାଇଁ ତାଲିବାନ ସର୍ବୋଚ୍ଚ ନେତା ହୈବୁତଲ୍ଲା ଅଖୁନ୍ଦଜାଦାଙ୍କ ସହାୟତା ଲୋଡ଼ିଛି। ଏହାପୂର୍ବରୁ ଏକ ସର୍ବୋଚ୍ଚ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପାକିସ୍ତାନ ମସ୍‌ଜିଦ ଆକ୍ରମଣ ପାଇଁ ଟିଟିପିକୁ ଦାୟୀ କରିଥିଲା।

ପାକିସ୍ତାନ ସରକାର ଏହାର ଆଫଗାନିସ୍ତାନ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ। ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଆଉ ସୀମା ଆତଙ୍କବାଦକୁ ବରଦାସ୍ତ କରିବ ନାହିଁ। ପେଶଓ୍ବାର ମସ୍‌ଜିଦ ଆତ୍ମଘାତୀ ବିସ୍ଫୋରଣରେ ଟିଟିପି ଏହାର ସମ୍ପୃକ୍ତିକୁ ଅସ୍ବୀକାର କରିଛି। ଏହି ଆକ୍ରମଣରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ପାକିସ୍ତାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ  ପେଶଓ୍ବାର ହତ୍ୟାକାଣ୍ଡକୁ ରୋକିବାରେ ବିଫଳ ହୋଇଥିବା ସ୍ବୀକାର କରିଛନ୍ତି। ଏହି ବିପଦର ମୁକାବିଲା ପାଇଁ ସେ ଜାତୀୟ ଏକତା ଆହ୍ବାନ କରିଛନ୍ତି। ରାଜ୍ୟପାଳଙ୍କ ଗୃହରେ ଏକ ସର୍ବୋଚ୍ଚ କମିଟି ବୈଠକ ସମ୍ବୋଧିତ କରି ସରିଫ କହିଛନ୍ତି, ଆତଙ୍କବାଦ ବିରୋଧରେ ରାଜନୈତିକ ଜଗତରେ ଏକତାର ଆବଶ୍ୟକତା ରହିଛି।

Share