Posted inଖେଳ

ଅଲିମ୍ପିକ କ୍ୱାଲିଫାୟର୍ସ ଆୟୋଜନ କରିବ ପାକିସ୍ତାନ

କରାଚୀ, ୧୧ା୭: ପାକିସ୍ତାନ ପ୍ରାୟ ୧୯ବର୍ଷ ବ୍ୟବଧାନରେ ଏକ ଅନ୍ତର୍ଜାତୀୟ ହକି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଆସନ୍ତାବର୍ଷ ପ୍ରଥମ ଭାଗରେ ଅଲିମ୍ପିକ କ୍ୱାଲିଫାଇଂ ରାଉଣ୍ଡ ଆୟୋଜନ କରିବା ଲାଗି ସୁଯୋଗ ଦେଇଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)। ପାକିସ୍ତାନ ଗତଥର ଏକ ଏଫ୍‌ଆଇଏଚ୍‌ ଇଭେଣ୍ଟ ୨୦୦୪ରେ ଆୟୋଜନ କରିଥିଲା। ଏଥର ଆସନ୍ତାବର୍ଷ ଜାନୁୟାରୀ ୧୩ରୁ ୨୪ ପର୍ଯ୍ୟନ୍ତ ଲାହୋରରେ ୮ଟି ଦଳକୁ ନେଇ ଅଲିମ୍ପିକ କ୍ୱାଲିଫାଇଂ ରାଉଣ୍ଡ ଆୟୋଜନ କରିବାକୁ ଯାଉଛି। ପାକିସ୍ତାନ ହକି ସମର୍ଥକମାନେ ଗତ ୨୦ ବର୍ଷ ହେଲା ଦେଶରେ ଏକ ଅନ୍ତର୍ଜାତୀୟ ଷ୍ଟାର ଖେଳାଳି ଦେଖିବାକୁ ପାଇ ନାହାନ୍ତି। ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର ନିଶ୍ଚିତ ଭାବେ ପାକିସ୍ତାନରେ ଖେଳର ପ୍ରସାର ଘଟାଇବ ବୋଲି ଏଫ୍‌ଆଇଏଚ୍‌ ସେକ୍ରେଟାରୀ ଜେନେରାଲ ହାଇଦର ହୁସେନ କହିଛନ୍ତି। ସେ କହିଛନ୍ତି, ବହୁ ଲବି ପରେ ପାକିସ୍ତାନକୁ ଇଭେଣ୍ଟ ଆବଣ୍ଟନ ଲାଗି ପାକିସ୍ତାନ ହକି ମହାସଂଘକୁ ମନାଇବାରେ ସଫଳ ହୋଇଛି। ପାକିସ୍ତାନ ଦୁର୍ଭାଗ୍ୟଜନକ ଭାବେ ୨୦୧୬ ଓ ୨୦୧୨ରେ ଗତ ଦୁଇଟି ଅଲିମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ଦିଆଯାଇଥିବା ଫର୍ମାଟ ଅନୁସାରେ ଏସିଆର ଶ୍ରେଷ୍ଠ ୫ ଦଳ, ୟୁରୋପରୁ ୭, ପାନ୍‌ ଆମେରିକାରୁ ୨ ଏବଂ ଆଫ୍ରିକା ଓ ଓସେନିଆରୁ ଗୋଟିଏ ଲେଖାଏ ଦଳ ଏହି ଇଭେଣ୍ଟରେ ଭାଗ ନେବେ। ପ୍ରତ୍ୟେକ ଅଲିମ୍ପିକ କ୍ୱାଲିଫିକେଶନ ଟୁର୍ନାମେଣ୍ଟରୁ ଶ୍ରେଷ୍ଠ ୩ ଦଳ ପ୍ୟାରିସ ୨୦୨୪କୁ ଯୋଗ୍ୟତା ଅର୍ଜନ କରିବେ। ବର୍ତ୍ତମାନ ବିଶ୍ୱ ର଼୍ୟାଙ୍କିଙ୍ଗରେ ୧୬ତମ ସ୍ଥାନରେ ଥିବା ପାକିସ୍ତାନ ଯଦି ଏସିଆନ ଗେମ୍ସ ଜିତି ନ ପାରେ ତଥାପି କ୍ୱାଲିଫାଇଂ ରାଉଣ୍ଡରେ ଖେଳିବା ଲାଗି ଯୋଗ୍ୟ। ପାକିସ୍ତାନ ଏସିଆନ ଗେମ୍ସରେ ଭାରତ, କୋରିଆ, ମାଲେସିଆ, ଜାପାନ ଓ ଚାଇନା ଭଳି ଦେଶ ସହ ମୁକାବିଲା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri