ପଞ୍ଜାବ ପ୍ରାନ୍ତରେ ହେବାକୁ ଥିବା ନିର୍ବାଚନ ସ୍ଥଗିତ, ଅକ୍ଟୋବରରେ ହେବ ନୂଆ ତାରିଖର ଘୋଷଣା

ଲାହୋର,୨୩ ।୩: ପାକିସ୍ତାନ ନିର୍ବାଚନ କମିଶନ ବୁଧବାର ପଞ୍ଜାବ ପ୍ରାନ୍ତରେ ହେବାକୁ ଥିବା ନିର୍ବାଚନକୁ ସ୍ଥିଗିତ ରଖିଛନ୍ତି । ଏହା ପଛରେ ଦେଶର ଖରାପ ଆଇନ ବ୍ୟବସ୍ଥାର ଖରାପ ସ୍ଥିତିକୁ ଦାୟୀ କରାଯାଇଛି । ଏବେ ଅକ୍ଟୋବର ୮ରେ ନିର୍ବାଚନର ନୂଆ ତାରିଖ ଘୋଷଣା କରାଯିବ । ଏହା ପୂର୍ବରୁ ନିର୍ବାଚନ କମିଶନ ୩ ଏପ୍ରିଲରୁ ୮ ଅକ୍ଟୋବର ମଧ୍ୟରେ ନିର୍ବାଚନ ହେବାର ନିଷ୍ପତ୍ତି ନେଇଥିଲା ।
ସୂଚନାଯୋଗ୍ୟ, ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ ଏ-ଇନସାଫ(ପିଟିଆଇ) ଦଳର ତତ୍କାଳିନ ସରକାରଙ୍କୁ ୧୪ ଓ ୧୮ ଜାନୁୟାରୀରେ ପଞ୍ଜାବ ଓ ଖେବର ପଖତୁନୱା ଅଞ୍ଚଳରେ ବିଧାନସଭାକୁ ଭାଙ୍ଗି ଦିଆଯାଇଥିଲା । ନିର୍ବାଚନ କମିଶନ(ଇସିପି) ତାଙ୍କ ନିର୍ଦ୍ଦେଶରେ କହିଥିଲେ, ନିର୍ବାଚନ କାର୍ଯ୍ୟକ୍ରମକୁ ଫେରାଇ ନେବା ସହ ୮ ଅକ୍ଟୋବରରେ ନିର୍ବାଚନର ତାରିଖ ସହ ନୂଆ କାର୍ଯ୍ୟକ୍ରମର ଘୋଷଣା କରାଯିବ ।

Share