ପିଲାଙ୍କୁ ହତ୍ୟା କରି ମାଂସ ରାନ୍ଧି ଖାଉଥିଲେ ବ୍ୟକ୍ତି, ପୂରା ଘଟଣା ଜାଣିଲେ…

ଇସଲାମାବାଦ,୧୫।୧୨: ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଜାଫରଗଡରେ ଜଣେ ବ୍ୟକ୍ତିଙ୍କୁ ପିଲାମାନଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ମାଂସ ଖାଇବା ଅଭିଯୋଗରେ ଗିରଫ କରାଯାଇଛି। ନ୍ୟୁଜ ରିପୋର୍ଟ ଅନୁଯାୟୀ, ମୁଜାଫରଗଡର ସ୍ଥାନୀୟ ପୋଲିସ ସୂଚନା ଦେଇଛି ଯେ, ପାଞ୍ଚ ଦିନ ପୂର୍ବରୁ ମୁଜାଫରଗଡର ଖାନ ଗଡ ଅଞ୍ଚଳରୁ ତିନି ପିଲାଙ୍କୁ ଅପହରଣ କରାଯାଇଥିଲା।

ସନ୍ଦିଗ୍ଧ ଅଭିଯୁକ୍ତ ତିନି ନାବାଳକ ପିଲାଙ୍କ ମଧ୍ୟରୁ ଦୁଇଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ପରେ ହତ୍ୟା କରାଯାଇଥିବା ପିଲାମାନଙ୍କୁ ଖାଇ ଦେଉଥିଲେ। ସ୍ଥାନୀୟ ଲୋକଙ୍କ ସୂଚନାରେ ୭ ବର୍ଷିୟ ଅଲି ହାସନ ପୋଲିସ ଉଦ୍ଧାର କରିଥିଲା। ଅଲି ହାସନଙ୍କ ଅନୁଯାୟୀ, ତିନି ବର୍ଷର ଅବଦୁଲ୍ଲା ଏବଂ ତାଙ୍କର ଦେଢ ଼ ବର୍ଷର ଭଉଣୀ ହାଫସାଙ୍କୁ ହତ୍ୟା କରିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ସେମାନଙ୍କ ମାଂସକୁ ରାନ୍ଧି ଖାଉଥିଲେ। ବ୍ୟକ୍ତି ଜଣଙ୍କ ମଧ୍ୟ ମୁଜାଫରଗାହଠାରେ ଥିବା ଏକ ସ୍ଥାନୀୟ ଦର୍ଗାଠାରେ ମାଂସ ବଣ୍ଟନ କରିଥିଲେ। ୭ ବର୍ଷିୟ ଅଲି ହାସନଙ୍କ ବୟାନ ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି। ଏହି ସମୟରେ ମୁଜାଫରଗଡ ପୋଲିସ ହାଫସାକୁ ଖୋଜାଖୋଜି ଜାରି ରଖି ଅବଦୁଲ୍ଲାଙ୍କ ମୃତଦେହ ଓ ଛୁରୀକୁ ଉଦ୍ଧାର କରିଛି। ପୋଲିସ ମୁଖପାତ୍ରଙ୍କ କହିବାନୁସାରେ, ଗିରଫ ସନ୍ଦିଗ୍ଧଙ୍କର ବର୍ତ୍ତମାନ ଡାକ୍ତରଖାନାରେ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ଥରେ ତାଙ୍କର ଚେତା ଫେରି ଆସିବା ପରେ ଏହି ନିର୍ଦ୍ଦୟ ହତ୍ୟାକାଣ୍ଡ ବିଷୟରେ ଅଧିକ ତଥ୍ୟ ପ୍ରକାଶ କରିବେ । ହତ୍ୟା ଏବଂ ଆତଙ୍କବାଦ ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Share