ଇସ୍ତଫା ଦେଲେ ପାକ୍‌ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଲାହୋର,୨୮।୩: ପାକିସ୍ତାନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ଦଳର ସଦସ୍ୟ ତଥା ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସ୍‌ମାନ ବୁଜଦର ସୋମବାର ଇସ୍ତଫା ଦେଇଛନ୍ତି। କେବଳ ଉସ୍‌ମାନ ନୁହନ୍ତି, ହାଉସିଂ ମନ୍ତ୍ରୀ ତତା ପିଏମ୍‌ଏଲ୍‌-କ୍ୟୁ ନେତା ତାରିକ ବଶିର ଚିମା ମଧ୍ୟ ସଂଘୀୟ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପିଏମ୍‌ଏଲ୍‌-କ୍ୟୁ ଉଭୟ କେନ୍ଦ୍ର ଓ ପଞ୍ଜାବରେ ଇମ୍ରାନ୍‌ଙ୍କ ଦଳର ମୁଖ୍ୟ ସହଯୋଗୀ ରହିଛନ୍ତି।

Share