Posted inଖେଳ

କେବଳ ଟୁର୍ନାମେଣ୍ଟ ନୁହେଁ, ଭାରତକୁ ହରାଇବା ପ୍ରକୃତ ଚ୍ୟାଲେଞ୍ଜ; ପାକିସ୍ତାନ ଟିମ୍‌କୁ ଶେହବାଜଙ୍କ ପରାମର୍ଶ…

ନୂଆଦିଲ୍ଲୀ/ଇସଲାମାବାଦ, ୮।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଆଉ କିଛି ଦିନ ବାକି। ଏହାକୁ ନେଇ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ବ୍ୟସ୍ତ। ଏମିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବଡ଼ ବୟାନ ଦେଇଛନ୍ତି। ତାଙ୍କ ଟିମ୍‌ର ପ୍ରକୃତ ଚ୍ୟାଲେଞ୍ଜ କେବଳ ଟାଇଟଲ ଜିତିବା ନୁହେଁ ବରଂ ପଡୋଶୀ ଭାରତକୁ ପରାସ୍ତ କରିବା ବୋଲି ସେ କହିଛନ୍ତି।

ଚାମ୍ପିଅନ୍ସ ଟ୍ରଫି ବିବାଦକୁ ନେଇ ଭାରତ ୟୁଏଇରେ ଏହାର ମ୍ୟାଚ୍‌ ଖେଳିବ। ଫେବୃଆରୀ ୨୩ରେ ଦୁବାଇରେ ଭାରତ-ପାକ ପ୍ରତିଦ୍ୱନ୍ଦ୍ୱିତା ହେବ, ଯାହା ଉପରେ ସମସ୍ତଙ୍କ ନଜର ରହିଛି। ଏହାକୁ ନେଇ ଶେହବାଜ କହିଛନ୍ତି, “ଆମ ଟିମ୍‌ ବହୁତ ଭଲ ଏବଂ ସେମାନେ ସାମ୍ପ୍ରତିକ ସମୟରେ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ବର୍ତ୍ତମାନ କେବଳ ଚାମ୍ପିଅନ୍ସ ଟ୍ରଫି ଜିତିବା ପ୍ରକୃତ ଚ୍ୟାଲେଞ୍ଜ ନୁହେଁ ବରଂ ଦୁବାଇରେ ହେବାକୁ ଥିବା ଆଗାମୀ ମ୍ୟାଚ୍‌ରେ ଆମର ଚିରପ୍ରତିଦ୍ୱନ୍ଦ୍ୱୀ ଭାରତକୁ ପରାସ୍ତ କରିବା।” ପୂରା ଦେଶ ସେମାନଙ୍କ ପଛରେ ଛିଡ଼ା ହୋଇଛି,” ଲାହୋରରେ ନବୀକରଣ ହୋଇଥିବା ଗଦ୍ଦାଫି ଷ୍ଟାଡିୟମର ଉଦ୍‌ଘାଟନ ଉତ୍ସବରେ ଭାଷଣ ଦେଇ ଶୁକ୍ରବାର ସରିଫ ଏଭଳି କହିଛନ୍ତି।

ସରିଫ ଆହୁରି ମଧ୍ୟ କହିଛନ୍ତି, “ପାକିସ୍ତାନ ପାଇଁ ଏହା ଏକ ବଡ଼ ସୁଯୋଗ ଯେ ଆମେ ପ୍ରାୟ ୨୯ ବର୍ଷ ପରେ ଏକ ବଡ଼ ICC ଟୁର୍ନାମେଣ୍ଟ ଆୟୋଜନ କରୁଛୁ। ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମ ଦଳ ଆଗାମୀ ଚାମ୍ପିଅନ୍ସ ଟ୍ରଫିରେ ଦେଶକୁ ଗର୍ବିତ କରିବ।”

ତେବେ ପ୍ରଥମ ଥର ପାଇଁ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି । ଏହା ୧୯୯୬ ପରେ ପାକିସ୍ତାନରେ ଖେଳାଯାଉଥିବା ପ୍ରଥମ ICC ଟୁର୍ନାମେଣ୍ଟ। ସୁରକ୍ଷା କାରଣ ଦର୍ଶାଇ ବିସିସିଆଇ ଭାରତ ପାକିସ୍ତାନ ଯିବ ନାହିଁ ବୋଲି ମନା କରିଦେଇଥିଲା। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସହିତ ସପ୍ତାହେ ଧରି ବିଚାର-ବିମର୍ଶ କରିବା ପରେ, ବିସିସିଆଇ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ହାଇବ୍ରିଡ ମଡେଲ ଉପରେ ରାଜି ହୋଇଥିଲେ । ଏଣୁ ଭାରତ ଏହାର ମ୍ୟାଚ ୟୁଏଇରେ ଖେଳିିବ।

ଷ୍ଟାଡିୟମର ଉଦଘାଟନ ଉତ୍ସବରେ ରାଜନେତା, ସରକାରୀ ଅଧିକାରୀ, ପିସିବି ପ୍ରତିନିଧି, ଜାତୀୟ ପୁରୁଷ ଦଳର ସମଗ୍ର ଚାମ୍ପିଅନ୍ସ ଟ୍ରଫି ଦଳ, ପାକିସ୍ତାନ ସୁପର ଲିଗ ଫ୍ରାଞ୍ଚାଇଜ ମାଲିକ ଏବଂ ପୂର୍ବତନ ପିସିବି ଅଧ୍ୟକ୍ଷ ଜାକା ଅସରଫ ଏବଂ ନଜାମ ସେଟ୍ଟିଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ମାତ୍ର ୧୧୭ ଦିନ ମଧ୍ୟରେ ଷ୍ଟାଡିୟମ ପ୍ରସ୍ତୁତ ହେବାର ଉତ୍ସବ ପାଳନ କରାଯାଇଥିଲା ଏବଂ ପିସିବି ଟୁର୍ନାମେଣ୍ଟ ପାଇଁ ଦଳର ଜର୍ସି ଲଞ୍ଚ କରିଥିଲା। ପାକିସ୍ତାନ ଫେବୃଆରୀ ୧୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ତାଙ୍କର ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri