Posted inଖେଳ

କେବଳ ଟୁର୍ନାମେଣ୍ଟ ନୁହେଁ, ଭାରତକୁ ହରାଇବା ପ୍ରକୃତ ଚ୍ୟାଲେଞ୍ଜ; ପାକିସ୍ତାନ ଟିମ୍‌କୁ ଶେହବାଜଙ୍କ ପରାମର୍ଶ…

ନୂଆଦିଲ୍ଲୀ/ଇସଲାମାବାଦ, ୮।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଆଉ କିଛି ଦିନ ବାକି। ଏହାକୁ ନେଇ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ବ୍ୟସ୍ତ। ଏମିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବଡ଼ ବୟାନ ଦେଇଛନ୍ତି। ତାଙ୍କ ଟିମ୍‌ର ପ୍ରକୃତ ଚ୍ୟାଲେଞ୍ଜ କେବଳ ଟାଇଟଲ ଜିତିବା ନୁହେଁ ବରଂ ପଡୋଶୀ ଭାରତକୁ ପରାସ୍ତ କରିବା ବୋଲି ସେ କହିଛନ୍ତି।

ଚାମ୍ପିଅନ୍ସ ଟ୍ରଫି ବିବାଦକୁ ନେଇ ଭାରତ ୟୁଏଇରେ ଏହାର ମ୍ୟାଚ୍‌ ଖେଳିବ। ଫେବୃଆରୀ ୨୩ରେ ଦୁବାଇରେ ଭାରତ-ପାକ ପ୍ରତିଦ୍ୱନ୍ଦ୍ୱିତା ହେବ, ଯାହା ଉପରେ ସମସ୍ତଙ୍କ ନଜର ରହିଛି। ଏହାକୁ ନେଇ ଶେହବାଜ କହିଛନ୍ତି, “ଆମ ଟିମ୍‌ ବହୁତ ଭଲ ଏବଂ ସେମାନେ ସାମ୍ପ୍ରତିକ ସମୟରେ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ବର୍ତ୍ତମାନ କେବଳ ଚାମ୍ପିଅନ୍ସ ଟ୍ରଫି ଜିତିବା ପ୍ରକୃତ ଚ୍ୟାଲେଞ୍ଜ ନୁହେଁ ବରଂ ଦୁବାଇରେ ହେବାକୁ ଥିବା ଆଗାମୀ ମ୍ୟାଚ୍‌ରେ ଆମର ଚିରପ୍ରତିଦ୍ୱନ୍ଦ୍ୱୀ ଭାରତକୁ ପରାସ୍ତ କରିବା।” ପୂରା ଦେଶ ସେମାନଙ୍କ ପଛରେ ଛିଡ଼ା ହୋଇଛି,” ଲାହୋରରେ ନବୀକରଣ ହୋଇଥିବା ଗଦ୍ଦାଫି ଷ୍ଟାଡିୟମର ଉଦ୍‌ଘାଟନ ଉତ୍ସବରେ ଭାଷଣ ଦେଇ ଶୁକ୍ରବାର ସରିଫ ଏଭଳି କହିଛନ୍ତି।

ସରିଫ ଆହୁରି ମଧ୍ୟ କହିଛନ୍ତି, “ପାକିସ୍ତାନ ପାଇଁ ଏହା ଏକ ବଡ଼ ସୁଯୋଗ ଯେ ଆମେ ପ୍ରାୟ ୨୯ ବର୍ଷ ପରେ ଏକ ବଡ଼ ICC ଟୁର୍ନାମେଣ୍ଟ ଆୟୋଜନ କରୁଛୁ। ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମ ଦଳ ଆଗାମୀ ଚାମ୍ପିଅନ୍ସ ଟ୍ରଫିରେ ଦେଶକୁ ଗର୍ବିତ କରିବ।”

ତେବେ ପ୍ରଥମ ଥର ପାଇଁ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି । ଏହା ୧୯୯୬ ପରେ ପାକିସ୍ତାନରେ ଖେଳାଯାଉଥିବା ପ୍ରଥମ ICC ଟୁର୍ନାମେଣ୍ଟ। ସୁରକ୍ଷା କାରଣ ଦର୍ଶାଇ ବିସିସିଆଇ ଭାରତ ପାକିସ୍ତାନ ଯିବ ନାହିଁ ବୋଲି ମନା କରିଦେଇଥିଲା। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସହିତ ସପ୍ତାହେ ଧରି ବିଚାର-ବିମର୍ଶ କରିବା ପରେ, ବିସିସିଆଇ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ହାଇବ୍ରିଡ ମଡେଲ ଉପରେ ରାଜି ହୋଇଥିଲେ । ଏଣୁ ଭାରତ ଏହାର ମ୍ୟାଚ ୟୁଏଇରେ ଖେଳିିବ।

ଷ୍ଟାଡିୟମର ଉଦଘାଟନ ଉତ୍ସବରେ ରାଜନେତା, ସରକାରୀ ଅଧିକାରୀ, ପିସିବି ପ୍ରତିନିଧି, ଜାତୀୟ ପୁରୁଷ ଦଳର ସମଗ୍ର ଚାମ୍ପିଅନ୍ସ ଟ୍ରଫି ଦଳ, ପାକିସ୍ତାନ ସୁପର ଲିଗ ଫ୍ରାଞ୍ଚାଇଜ ମାଲିକ ଏବଂ ପୂର୍ବତନ ପିସିବି ଅଧ୍ୟକ୍ଷ ଜାକା ଅସରଫ ଏବଂ ନଜାମ ସେଟ୍ଟିଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ମାତ୍ର ୧୧୭ ଦିନ ମଧ୍ୟରେ ଷ୍ଟାଡିୟମ ପ୍ରସ୍ତୁତ ହେବାର ଉତ୍ସବ ପାଳନ କରାଯାଇଥିଲା ଏବଂ ପିସିବି ଟୁର୍ନାମେଣ୍ଟ ପାଇଁ ଦଳର ଜର୍ସି ଲଞ୍ଚ କରିଥିଲା। ପାକିସ୍ତାନ ଫେବୃଆରୀ ୧୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ତାଙ୍କର ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri