ଇସଲାମବାଦ,୨୬।୪: ପହଲଗାମ ଆକ୍ରମଣ ପରେ ସବୁ ଦିଗରୁ ଚାପ ବୃଦ୍ଧି ପାଇବା ପରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ପାକ୍ ସେନାକୁ ସମ୍ବୋଧିତ କରିଛନ୍ତି। ତାଙ୍କ ବିରୋଧରେ ଲଗାଯାଇଥିବା ଆତଙ୍କବାଦ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ସେ କହିଛନ୍ତି ଯେ, ପାକିସ୍ତାନ ସର୍ବଦା ଆତଙ୍କବାଦକୁ ନିନ୍ଦା କରିଆସିଛି ଏବଂ ଆମେ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଅଗଣିତ ବଳିଦାନ ଦେଇଛୁ।
Shehbaz Sharif ପହଲଗାମରେ ହୋଇଥିବା ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରିଛି ଏବଂ ଏହାର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛି। ଏହା ଉପରେ ଶେହବାଜ ସରିଫ କହିଛନ୍ତି ଯେ ପହଲଗାମରେ ଯାହା ଘଟିଲା ତାହା ଏକ ଦୋଷାରୋପ ଖେଳ ଏବଂ ଆମକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଏହି ପ୍ରସଙ୍ଗରେ ଯେକୌଣସି ପ୍ରକାରର ତଦନ୍ତ ପାଇଁ ଆମେ ପ୍ରସ୍ତୁତ। ଧମକପୂର୍ଣ୍ଣ ସ୍ବରରେ ଶେହବାଜ ଆହୁରି କହିଛନ୍ତି, ଆମର ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ।
Shehbaz Sharif ପ୍ରଧାମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ଆମର ସେନା ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ଆମେ ପାକିସ୍ତାନର ପ୍ରତ୍ୟେକ ଇଞ୍ଚ ଭୂମିକୁ ସୁରକ୍ଷା ଦେବୁ। ଶାନ୍ତି ଆମର ପ୍ରାଥମିକତା, କିନ୍ତୁ କେହି ଏହାକୁ ଆମର ଦୁର୍ବଳତା ବୋଲି ଭାବିବା ଉଚିତ ନୁହେଁ।
Shehbaz Sharif ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିବା ନେଇ ଭାରତର ଆଭିମୁଖ୍ୟ ଉପରେ ସେ ମୋଦିଙ୍କୁ ଧମକ ଦେଇଛନ୍ତି ଯେ, ଯଦି ପାଣି ବନ୍ଦ କରିବାକୁ କୌଣସି ପ୍ରୟାସ କରାଯାଏ ତେବେ ଏହାର ପୂର୍ଣ୍ଣ ଶକ୍ତିରେ ଜବାବ ଦିଆଯିବ।
ସୂଚନାଥାଉ କି, ୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି, ଅନେକ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଏହା ଯେକୌଣସି ସମୟରେ ଏକ ବଡ଼ ଯୁଦ୍ଧରେ ପରିଣତ ହୋଇପାରେ। ଆପଣଙ୍କୁ କହିରଖୁଛୁ ଯେ, କଶ୍ମୀର ଘାଟିର ପହଲଗାମରେ ପ୍ରାୟ ୪ ରୁ ୫ ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନଙ୍କ ଗୁଳିମାଡ଼ରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବହୁଜଣ ଆହତ ହୋଇଛନ୍ତି।


