ଫ୍ଲୋର ଟେଷ୍ଟରେ ପରାଜିତ ହୋଇଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଇମ୍ରାନ

ଇସଲାମାବାଦ,୧୦ ।୪: ପାକିସ୍ତାନର ନ୍ୟାଶନାଲ ଆସେମ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଶନିବାର ମଧ୍ୟ ରାତ୍ରରେ ହୋଇଥିବା ମତଦାନରେ ପରାଜୟ ସ୍ୱୀକାର କରିବାକୁ ପଡିଥିଲା ଇମ୍ରାନଙ୍କୁ । ଏହାପରେ ଦେଶର ଇତିହାସରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ପାଲଟି ଯାଇଛନ୍ତି ଯାହାଙ୍କୁ ଅବିଶ୍ୱାସ ପ୍ରସ୍ତାବ ମାଧ୍ୟମରେ ହଟାଇ ଦିଆଯାଇଛି । ଇମ୍ରାନଙ୍କୁ ହଟାଇବା ପରେ ସଂସଦରେ ନୂଆ ନେତା ନିର୍ବାଚନ ପ୍ରକ୍ରିୟା ପଥ ପରିଷ୍କାର ହୋଇଯାଇଛି । ସୂଚନାଯୋଗ୍ୟ, ଦେଶରେ ଦେଖାଯାଇଥିବା ଆର୍ଥିକ ସଙ୍କଟ, ବିଗିଡି ଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଆଦିକୁ ନେଇ କିଛିଦିନ ହେବ ଇମ୍ରାନଙ୍କୁ ପଦରୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ତେବେ ସାଧାରଣ ଜନତା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ କାର୍ଯ୍ୟକାଳରେ ଅତିଷ୍ଠ ହୋଇ ପୂର୍ବରୁ ବିରୋଧ ପ୍ରଦର୍ଶନ କରିଥିବା ଦେଖାଯାଇଥିଲା । ଏମିତିକି ଇମ୍ରାନଙ୍କ ପତ୍ନୀ ମଧ୍ୟ ଏକ ସାକ୍ଷାତ୍‌କାରରେ କହିଥିଲେ ଇମ୍ରାନଙ୍କ ଶାସନର ପୂର୍ବ ପାକିସ୍ତାନ ବେଶ ଭଲ ଥିଲା ।

Share