୮ ମାସ ପରେ ଜେଲ୍‌ରୁ ବାହାରିଲା କୁକୁଡା, ଜାଣନ୍ତୁ କାହିଁକି ଥିଲା ବନ୍ଦ

ପାକିସ୍ତାନରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ କୁକୁଡାକୁ ୮ ମାସ ଧରି ଜେଲରେ ରଖାଯାଇଥିଲା। ଏବେ ତାକୁ ମୁକ୍ତ କରିଦିଆଯାଇଛି। ପାକିସ୍ତାନର ସିନ୍ଧ ଜିଲାରେ ଥିବା ୨ଟି ଥାନାରେ ୫ଟି କୁକୁଡା ଥିଲେ। ପୋଲିସ କୁକୁଡାଗୁଡିକୁ ଗତ ୮ ମାସ ତଳେ ଗଞ୍ଜା ଲଢେଇ ବେଳେ ଧରି ଆଣିଥିଲା। ପାକିସ୍ତାନରେ ଗଞ୍ଜା ଲଢେଇ ଅପରାଧ ବୋଲି ଧରାଯାଏ। ଏଥିରେ ଧରାପଡିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବର୍ଷେ ଜେଲ ଏବଂ ୫୦୦ ଟଙ୍କା ଜରିମାନା ଦେବାକୁ ପଡେ। କିଛି ମାସ ପୂର୍ବରୁ ପାଖାପାଖି ୨୪ ଜଣ ଲୋକଙ୍କୁ ଗଞ୍ଜା ଲଢେଇବେଳେ ଧରି ଆଣିଥିଲା। ଏହା ସହ ୫ଟି କୁକୁଡାକୁ ମଧ୍ୟ ଆଣିଥିଲା। ସମ୍ପୃକ୍ତ ଅଭିଯୁକ୍ତମାନେ ଜାମିନ ପାଇଥିବାବେଳେ ପୋଲିସ କୁକୁଡାଗୁଡିକୁ ଜେଲରେ ରଖିଥିଲା। କୌଣସି ବ୍ୟକ୍ତି କୁକୁଡାଗୁଡିକୁ ନେବା ପାଇଁ ମାଲିକାନା ଜାହିର କରି ନ ଥିଲେ। ନିକଟରେ ସ୍ଥାନୀୟ ନିବାସୀ ଜଫର ମୀରାନୀ ସିଭିଲ ଅଦାଲତରେ ଅପିଲ କରିଥିଲେ ଯେ, କୁକୁଡାଗୁଡିକୁ ତାଙ୍କୁ ଦିଆଯାଉ। ଫଳରେ ପୋଲିସ କୁକୁଡାଗୁଡିକୁ ଜଫଙ୍କ ହସ୍ତାନ୍ତର କରିଛି।
କୁକୁଡାଗୁଡିକ ଜେଲରେ ଥିବାବେଳେ ପୋଲିସ ତାର ଯତ୍ନ ନେଉଥିଲା। ଖୋଲା ଆକାଶରେ ବୁଲିବାର ସୁଯୋଗ ଦେଇଥିଲା। ପୋଲିସ ନିଜ ପକେଟରୁ ପ୍ରତିଦିନ ୧୦୦ ଟଙ୍କା ଖର୍ଚ୍ଚ କରି କୁକୁଡା ପାଇଁ ଖାଦ୍ୟ ଆଣୁଥିଲା।

Share