୫ ଟିଟିପି ଆତଙ୍କବାଦୀଙ୍କୁ ଗିରଫ କଲା ପାକିସ୍ତାନ ପୋଲିସ…

ଇସଲାମାବାଦ,୭।୧ : ପାକିସ୍ତାନ ପୋଲିସ ପକ୍ଷରୁ ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଆତଙ୍କବାଦୀ ସଂଗଠନର ୫ ସଦସ୍ୟଙ୍କୁ ଗିରଫ କରିଛି। ପଞ୍ଜାବ ପ୍ରଦେଶରୁ ମିଳିଥିବା ଏକ ଗୁପ୍ତ ସୂଚନା ଆଧାରରେ ପୋଲିସ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା।

ପଞ୍ଜାବ ପୋଲିସର ଆତଙ୍କବାଦୀ ନିରୋଧି ବିଭାଗ ପକ୍ଷରୁ ଗୁପ୍ତ ସୂଚନା ଅଧାରରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆତଙ୍କବାଦୀଙ୍କୁ ପଞ୍ଜାବ ପ୍ରଦେଶର ଲାହୋର, ଓକେରା, ମଣ୍ଡି ବହାଉଦ୍ଦିନ, ଫୈସଲାବାଦ, ଲୈୟାହ ଆଦି ଅଞ୍ଚଳରେ ଚଢ଼ାଉ କରାଯାଇ ଗିରଫ କରାଯାଇଛି।

ଗିରଫ ହୋଇଥିବା ଆତଙ୍କବାଦୀଙ୍କ ପାଖରୁ ବିସ୍ଫୋରକ ସାମଗ୍ରୀ, ଆତ୍ମଘାତି ଜ୍ୟାକେଟ ଏବଂ କେତେକ ଆପତ୍ତିଜନକ ପତ୍ରିକା ଜବତ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କର ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସଆଇର ମୁଲାନ ଅଞ୍ଚଳର ନିର୍ଦ୍ଦେଶକ ନାଭିଦ ସାଦିକ ଏବଂ ଇନସ୍ପେକ୍ଟର ନାସିର ଅବ୍ବାସଙ୍କ ହତ୍ୟା ସହିତ କୌଣସି ସମ୍ପର୍କ ଅଛି କି ନାହିଁ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ନାହିଁ।

Share