ଶେହବାଜ ଶରିଫ ଉଗାଳିଲେ କଶ୍ମୀର ରାଗ

ଇସଲାମାବାଦ,୨୮ ।୫: ଆର୍ଥିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ପାକିସ୍ତାନ ଏବେ କଶ୍ମୀର ରାଗକୁ ପୁଣିଥରେ ଓଗାଳିଛି । ଏଥର ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କୁ ଏହାର ଜରିଆ କରାଯାଇଛି । ଦେଶକୁ ସମ୍ବୋଧନ ଦେବା ଅବସରରେ ସେ ଭାରତ ସରକାରଙ୍କୁ କଶ୍ମୀରରୁ ହଟାଯାଇଥିବା ୩୭୦ ଅନୁଚ୍ଛଦ ରଦ୍ଦ ଉପରେ ବିଚାର କରିବାକୁ କହିଛନ୍ତି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଖ କହିଛନ୍ତି, ଏସିଆରେ ଶାନ୍ତି ବିସ୍ତାର ପାଇଁ ୫ ଅଗଷ୍ଟ ୨୦୧୯ରେ ଏକପାଖିଆ ତଥା ବେଆଇନ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଭାରତର ଦାୟିତ୍ୱ, ଯାହା ଫଳରେ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରାଯାଇ ପାରିବ ।

Share