Posted inଖେଳ

Champions Trophy: ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ଖୁସି ଖବର

କରାଚୀ,୧୬ା୨: ପାକିସ୍ତାନ ଫାଷ୍ଟ ବୋଲର ହାରିସ ରୌଫ ଆଘାତଜନିତ ସମସ୍ୟାରୁ ମୁକ୍ତି ପାଇଛନ୍ତି। ତେଣୁ ସେ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷ ଓପନିଂ ମ୍ୟାଚ୍‌ରେ ଖେଳିବା ନେଇ ବଡ଼ ସୂଚନା ମିଳିଛି। ଫଳରେ ଚାମ୍ପିୟନ୍ସ ଟ୍ରଫର ଓପନିଂ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ଆସିଛି ଖୁସି ଖବର।

ଚଳିତ ତ୍ରିରାଷ୍ଟ୍ରୀୟ ସିରିଜରେ ହାରିସଙ୍କ ଛାତି ନିମ୍ନ ଭାଗ ମାଂସପେଶୀରେ ସମସ୍ୟା ଦେଖା ଦେଇଥିଲା। ହାରିସ ହେଉଛନ୍ତି ପାକିସ୍ତାନ ଅନ୍ୟତମ ପ୍ରମୁଖ ବୋଲର। ମିଡଲ ଓଭରରେ ଉଇକେଟ ନେବାର ସାମର୍ଥ୍ୟ ତାଙ୍କ ନିକଟରେ ରହିଛି। ଆଘାତପ୍ରାପ୍ତ ଥିବା ସତ୍ତ୍ୱେ ଚୟନକର୍ତ୍ତାମାନେ ହାରିସଙ୍କୁ ଦଳରେ ସ୍ଥାନ ଦେଇଥିଲେ। କେବଳ ସେତିକି ନୁହେଁ ତାଙ୍କର ବିକଳ୍ପ ଭାବେ ଆକିଫ୍‌ ଜାଭେଦଙ୍କୁ ରଖିଥିଲେ।

ହାରିସ ୪୬ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଖେଳି ୮୩ ଉଇକେଟ ଅକ୍ତିଆର କରିଛନ୍ତି। ଏହାଛଡ଼ା ୭୯ ଅନ୍ତର୍ଜାତୀୟ ଟି୨୦ରେ ସେ ୧୧୦ ଉଇକେଟ ହାସଲ କରିଛନ୍ତି। ସେ ନିଜକୁ ଜଣେ ହ୍ବାଇଟ୍‌ ବଲ ସ୍ପେଶାଲିଷ୍ଟ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ମହମ୍ମଦ ଅମିର ଶନିବାର ଏକ ଟିଭି ଚ୍ୟାନେଲକୁ ତାଙ୍କର ଏକ ସାକ୍ଷାତ୍‌କାରରେ ଚାମ୍ପିୟନ୍ସ ଟ୍ରଫି ଦୃଷ୍ଟିରୁ ହାରିସଙ୍କ ଫିଟ୍‌ନେସକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ପେସ୍‌ ବୋଲର ଜଣକ ଯଦି ପାର୍ଶ୍ୱ ଯନ୍ତ୍ରଣାର ଶିକାର ହୋଇଥାନ୍ତି ତେବେ ତାଙ୍କୁ ସୁସ୍ଥ ହେବା ଲାଗି ୫ରୁ ୬ ସପ୍ତାହ ସମୟ ଲାଗିବ। ତ୍ରିରାଷ୍ଟ୍ରୀୟ ସିରିଜରେ ପାକିସ୍ତାନ ଶୁକ୍ରବାର ଫାଇନାଲ ସମେତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଥର ପରାଜିତ ହୋଇଛି। ଗତଥରର ଚାମ୍ପିୟନ ଦଳ ହୋଇଥିବାରୁ ପାକିସ୍ତାନ ଏହାର ଓପନିଂ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri