Posted inଖେଳ

Champions Trophy: ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ଖୁସି ଖବର

କରାଚୀ,୧୬ା୨: ପାକିସ୍ତାନ ଫାଷ୍ଟ ବୋଲର ହାରିସ ରୌଫ ଆଘାତଜନିତ ସମସ୍ୟାରୁ ମୁକ୍ତି ପାଇଛନ୍ତି। ତେଣୁ ସେ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷ ଓପନିଂ ମ୍ୟାଚ୍‌ରେ ଖେଳିବା ନେଇ ବଡ଼ ସୂଚନା ମିଳିଛି। ଫଳରେ ଚାମ୍ପିୟନ୍ସ ଟ୍ରଫର ଓପନିଂ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ଆସିଛି ଖୁସି ଖବର।

ଚଳିତ ତ୍ରିରାଷ୍ଟ୍ରୀୟ ସିରିଜରେ ହାରିସଙ୍କ ଛାତି ନିମ୍ନ ଭାଗ ମାଂସପେଶୀରେ ସମସ୍ୟା ଦେଖା ଦେଇଥିଲା। ହାରିସ ହେଉଛନ୍ତି ପାକିସ୍ତାନ ଅନ୍ୟତମ ପ୍ରମୁଖ ବୋଲର। ମିଡଲ ଓଭରରେ ଉଇକେଟ ନେବାର ସାମର୍ଥ୍ୟ ତାଙ୍କ ନିକଟରେ ରହିଛି। ଆଘାତପ୍ରାପ୍ତ ଥିବା ସତ୍ତ୍ୱେ ଚୟନକର୍ତ୍ତାମାନେ ହାରିସଙ୍କୁ ଦଳରେ ସ୍ଥାନ ଦେଇଥିଲେ। କେବଳ ସେତିକି ନୁହେଁ ତାଙ୍କର ବିକଳ୍ପ ଭାବେ ଆକିଫ୍‌ ଜାଭେଦଙ୍କୁ ରଖିଥିଲେ।

ହାରିସ ୪୬ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଖେଳି ୮୩ ଉଇକେଟ ଅକ୍ତିଆର କରିଛନ୍ତି। ଏହାଛଡ଼ା ୭୯ ଅନ୍ତର୍ଜାତୀୟ ଟି୨୦ରେ ସେ ୧୧୦ ଉଇକେଟ ହାସଲ କରିଛନ୍ତି। ସେ ନିଜକୁ ଜଣେ ହ୍ବାଇଟ୍‌ ବଲ ସ୍ପେଶାଲିଷ୍ଟ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ମହମ୍ମଦ ଅମିର ଶନିବାର ଏକ ଟିଭି ଚ୍ୟାନେଲକୁ ତାଙ୍କର ଏକ ସାକ୍ଷାତ୍‌କାରରେ ଚାମ୍ପିୟନ୍ସ ଟ୍ରଫି ଦୃଷ୍ଟିରୁ ହାରିସଙ୍କ ଫିଟ୍‌ନେସକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ପେସ୍‌ ବୋଲର ଜଣକ ଯଦି ପାର୍ଶ୍ୱ ଯନ୍ତ୍ରଣାର ଶିକାର ହୋଇଥାନ୍ତି ତେବେ ତାଙ୍କୁ ସୁସ୍ଥ ହେବା ଲାଗି ୫ରୁ ୬ ସପ୍ତାହ ସମୟ ଲାଗିବ। ତ୍ରିରାଷ୍ଟ୍ରୀୟ ସିରିଜରେ ପାକିସ୍ତାନ ଶୁକ୍ରବାର ଫାଇନାଲ ସମେତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଥର ପରାଜିତ ହୋଇଛି। ଗତଥରର ଚାମ୍ପିୟନ ଦଳ ହୋଇଥିବାରୁ ପାକିସ୍ତାନ ଏହାର ଓପନିଂ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri