Posted inଜାତୀୟ

ପ୍ରଥମ ଥର ଭଳି ପୁଣି ବେଡ଼ି ପକାଇ ତଡ଼ିଲା ଆମେରିକା: ବିରୋଧୀଙ୍କ ନିନ୍ଦା

ଚଣ୍ଡିଗଡ଼,୧୬।୨: ଆମେରିକା ଦ୍ୱିତୀୟ ପର୍ଯ୍ୟାୟରେ ବିଦା କରିଥିବା ୧୧୭ ଜଣ ବେଆଇନ ଭାରତୀୟ ପ୍ରବାସୀ ଆମେରିକା ସାମରିକ ବିମାନରେ ଆସି ପଞ୍ଜାବର ଅମୃତସର ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଥମ ଥର ଭଳି ଏଥର ମଧ୍ୟ ପ୍ରବାସୀମାନଙ୍କ ହାତରେ ହ୍ୟାଣ୍ଡକଫ୍‌ ଏବଂ ଗୋଡ଼ରେ ବେଡ଼ି ପକାଇ ଅଣାଯାଇଥିବା ଅଭିଯୋଗ ହୋଇଛି। ଜଣେ ଶିଖ୍‌ ଯୁବକଙ୍କୁ ବିନା ପଗଡ଼ିରେ ଅଣାଯାଇଛି। ତେବେ ବିମାନରେ ଥିବା ମହିଳା ଏବଂ ନାବାଳକମାନଙ୍କୁ ମୁକ୍ତ ରଖାଯାଇଥିଲା।

ଫେରିଥିବା ୧୧୭ ଯାତ୍ରୀଙ୍କ ମଧ୍ୟରୁ ୬୫ଜଣ ପଞ୍ଜାବର ହୋଇଥିବାବେଳେ ହରିୟାଣାରୁ ୩୩, ଗୁଜରାଟରୁ ୮, ଉତ୍ତରପ୍ରଦେଶରୁ ୩, ଗୋଆ, ମହାରାଷ୍ଟ୍ର, ରାଜସ୍ଥାନରୁ ୨ଜଣ ଲେଖାଏ ଏବଂ ହିମାଚଳପ୍ରଦେଶ ଓ ଜମ୍ମୁ-କଶ୍ମୀରରୁ ଜଣେ ଲେଖାଏ ଅଛନ୍ତି। ବେଆଇନ ପ୍ରବାସୀଙ୍କ ମଧ୍ୟରେ ୪ ଜଣ ମହିଳା ଓ ୨ ଜଣ ନାବାଳକ ରହିଥିବା ଜଣାପଡ଼ିଛି।

ଗତ ସପ୍ତାହରେ ପ୍ରଥମ ଦଫାରେ ଆମେରିକା ୧୦୪ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କୁ ବିଦା କରିଥିଲା। ସେତେବେଳେ ମହିଳାଙ୍କ ସମେତ ସମସ୍ତଙ୍କଠାରେ ବେଡ଼ି ପକାଯାଇଥିଲା। ତୃତୀୟ ଦଫାରେ ଫେରୁଥିବା ୧୫୭ ଜଣ ରବିବାର ରାତିରେ ଅମୃତସରରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ବେଆଇନ ପ୍ରବାସୀଙ୍କୁ ଆମେରିକା ପ୍ରଶାସନ ବେଡ଼ି ପକାଇ ତଡ଼ୁଥିବାରୁ ଏହାକୁ ବିରୋଧୀ ଦଳଗୁଡ଼ିକ ନିନ୍ଦା କରିଛନ୍ତି। ଭାରତ ସରକାର ଆମେରିକା ନିକଟରେ ଏହାର ପ୍ରତିବାଦ ଜଣାଇବାକୁ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ରବିବାର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri