ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ଇସ୍ତଫା ଦେଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା

ଇସଲାମାବାଦ,୫ ।୪: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ବେଳକୁ ବେଳ ବଢିବାରେ ଲାଗିଛି । ରାଜନୈତିକ ଓ ସାମ୍ବିଧାନିକ ସଙ୍କଟ ମଧ୍ୟରେ ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ ସୋମବାର ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।
ପାକିସ୍ତାନର ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ ଟୁଇଟ କରି କହିଛନ୍ତି, ମୁଁ ଆଜି ଅତ୍ୟନ୍ତ ଖୁସି, କାରଣ ମୁଁ ଜାଣେ ଏନଏସଏର କାର୍ଯ୍ୟାଳୟ ଏବଂ ଏନଏସଡି ଏକ ଅସାଧାରଣ ଟିମ ସହ ଜୀବନ୍ତ ସଂସ୍ଥାନ, ଯିଏ ପାକିସ୍ତାନକୁ ଗୌରବାନ୍ୱିତ କରୁଛି । ଏହାସହ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ଅନ୍ୟମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ମୋ ଉପରେ ଭରସା କରି ଏଭଳି ଗୁରୁ ଦାୟିତ୍ୱ ଦେଇ ଏହାସହ ନ୍ୟାୟ କରିବାର ଅନୁମତି ଦେଇଥିବାରୁ ସେ ପିଏମଆଇକେକୁ ଧନ୍ୟବାଦ ଦେଇଛନ୍ତି ।

Share