ଭଞ୍ଜନଗରରେ ଲାଗିଲା ପାକିସ୍ତାନ ମୁର୍ଦ୍ଧାବାଦ ପତାକା

ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ଜମ୍ମୁ କାଶ୍ମୀରର ପହଲଗାମ୍ ଠାରେ ଆତଙ୍କବାଦୀ ମାନେ ୨୬ ଜଣ ପର୍ଯ୍ୟଟକ ଏବଂ ଜଣେ ସଂପୃକ୍ତ ଅଞ୍ଚଳବାସୀଙ୍କୁ ୧୨ ଦିନ ପୂର୍ବେ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ପାକିସ୍ତାନ ଏବଂ ଆମ ଦେଶ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଉଛି। ଯୁଦ୍ଧ ହେଲା ଭଳି ବର୍ତ୍ତମାନ ପରିସ୍ଥିତି ଉପୁଜିଛି। ତେଣୁ ଆମର ସେନାବାହିନୀ ଯେ କୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଅଛି।

ଏହିଭଳି ପରିସ୍ଥିତିରେ ଦେଶରେ ପାକିସ୍ତାନ ବିରୋଧି ଆନ୍ଦୋଳନ ଦିନକୁ ଦିନ ବଢୁଛି। ସବୁ ଧର୍ମର ଲୋକେ ଆତଙ୍କବାଦୀ ବିରୋଧରେ ଏକାଠି ହେଉଛନ୍ତି। ସରକାରଙ୍କ ସହ ମଧ୍ୟ ସବୁ ଦଳ ବର୍ତ୍ତମାନ ପରିସ୍ଥିତି ରେ ଏକାଠି ହୋଇଛନ୍ତି। ସହରଠୁ ଗାଁ ଚାରିଆଡ଼େ ପାକିସ୍ତାନ ବିରୋଧରେ ଆନ୍ଦୋଳନ ତେଜୁଥିବା ବେଳେ ରବିବାର ରାତିରେ ଗଞ୍ଜାମ ଜିଲା ଭଞ୍ଜନଗର ସହର ର ପ୍ରମୁଖ ରାସ୍ତା ଗୁଡ଼ିକରେ ପାକିସ୍ତାନ ଜାତୀୟ ପତାକାରେ ପାକିସ୍ତାନ ମୁର୍ଦ୍ଧାବାଦ ଲେଖାଯାଇ ତଳେ ମରାଯାଇଛି। ଉକ୍ତ ପତାକା ଉପରେ ଲୋକେ ଚାଲି ଚାଲି ଯାଉଛନ୍ତି। ଗାଡି ମଟର ମଧ୍ୟ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଚାଲିଗଲେ ‘ଗଛର ମଣିଷ’ ବିଶୁ ଭାଇ: କଥା ହେଉ ହେଉ ଟଳିପଡ଼ିଲେ, ଗଞ୍ଜାମ ସହରରେ ଶୋକର ଛାୟା

ଗଞ୍ଜାମ (ବିଦ୍ୟାଧର ସାହୁ): ଏମିତି ବି ଆସେ ମୃତ୍ୟୁ! ନିଜ ଦାଣ୍ଡ ପିଣ୍ଡାରେ ବସି ଗଛ ଲଗାଇବା ଓ ଅଞ୍ଚଳର ଉନ୍ନତି ପାଇଁ ଚର୍ଚ୍ଚା କରୁଥିବା ବେଳେ…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

ମନ୍ଦିର ପୂଜାକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଶାନ୍ତି କମିଟି ବୈଠକ ବିଫଳ, ୭୫ ଜଣଙ୍କ ନାମରେ ମାମଲା ରୁଜୁ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ପେଟାପଦର ଗ୍ରାମରେ ଗ୍ରାମଦେବତୀଙ୍କ ପୂଜାକୁ ନେଇ ଦୀର୍ଘ ବର୍ଷର ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି।…

ଲିଭ୍‌ ଇନ୍‌ରେ ରହି ଯୁବତୀଙ୍କୁ କରି ଆସୁଥିଲେ ବଳାତ୍କାର, କୌଶଳ କ୍ରମେ ହୋଇଯାଇଥିଲେ ଫେରାର, ଅଭିଯୁକ୍ତଙ୍କୁ ବାନ୍ଧିି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri