ପାକିସ୍ତାନ ସବୁଠାରୁ ଦୁର୍ବଳ ଅର୍ଥବ୍ୟବସ୍ଥା: ବିଶ୍ୱବ୍ୟାଙ୍କ…

ଓ୍ବାଶିଂଟନ,୧୯।୧ : ବିଶ୍ୱବ୍ୟାଙ୍କ ପାକିସ୍ତାନକୁ ଦକ୍ଷିଣ ଏସିଆର ସବୁଠାରୁ ଦୁର୍ବଳ ଅର୍ଥନୀତି ବୋଲି କହିଛି। ବିଶ୍ୱବ୍ୟାଙ୍କର ଗ୍ଲୋବାଲ ଇକୋନୋମିକ ପ୍ରସ୍ପେଟକ୍ସ ରିପୋର୍ଟ ଅନୁଯାୟୀ ପାକିସ୍ତାନର ଆର୍ଥିକ ଅଭିବୃଦ୍ଧି ହାର ଚଳିତ ବର୍ଷ ମାତ୍ର ୧.୭ ପ୍ରତିଶତ ହେବ।

ଅନ୍ୟପକ୍ଷରେ, ଆବଶ୍ୟକ ସଂସ୍କାର ନକରିବାରୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ୧.୧ ବିଲିୟନ ଡ଼ଲାରର ଦୁଇଟଋଣ ଅନୁମୋଦନ ଉପରେ ନିଷ୍ପତ୍ତି ସ୍ଥଗିତ ରଖିଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ଆଇଏମଏଫରୁ ସହାୟତା ଲୋଡିଥିଲେ, କିନ୍ତୁ ଏହା ବଦଳରେ ଆଇଏମଏଫ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାର ସର୍ତ୍ତ ରଖିଥିଲା। ଚଳିତ ବର୍ଷ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଶେହବାଜ ସରିଫ ସରକାର ଇନ୍ଧନର ମୂଲ୍ୟ ବୃଦ୍ଧି କରିବାକୁ ଚାହୁଁନାହାଁନ୍ତି।

Share