ପାକିସ୍ତାନ ମନ୍ତ୍ରୀଙ୍କ ଦାବି ଆରମ୍ଭ ହୋଇ ସାରିଛି କରୋନାର ଚତୁର୍ଥ ଲହର

ଇସ୍‌ଲାମାବାଦ,୧୦ ।୭: ସାରା ବିଶ୍ୱ ଏବେ କରୋନା ଯୁଦ୍ଧ ଲଢି ଚାଲିଥିବା ବେଳେ ପାକିସ୍ତାନର ପ୍ଲାନିଙ୍ଗ ଡେଭଲପମେଣ୍ଟ ଆଣ୍ଡ ସ୍ପେଶାଲ ଇନିସିଏଟିଭ ମନ୍ତ୍ରୀ ଅସଦ ଉମର କହିଛନ୍ତି ଦେଶରେ କରୋନାର ଚତୁର୍ଥ ଲହର ଆସି ସାରିଛି । ସେ ଟୁଇଟ୍ କରି କହିଛନ୍ତି ଦୁଇ ସପ୍ତାହ ପୂର୍ବରୁ ଆମର ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ମଣ୍ଡଳ କହୁଛି କି ଚତୁର୍ଥ ଲହର ଆସିପାରେ । ହେଲେ ଏବେ ଯେଉଁ ସଙ୍କେତ ଦେଖାଯାଉଛି ତାହା ସ୍ପଷ୍ଟ କରୁଛି କି ଚତୁର୍ଥ ଲହର ଆସି ସାରିଛି । ଇମ୍ରାନ ଖାଁଙ୍କ ସରକାରରେ ମନ୍ତ୍ରୀ ଥିବା ଅସଦ ଉମର କହିଛନ୍ତି ଚତୁର୍ଥ ଲହରରେ ସରକାର ସମ୍ପୂର୍ଣ୍ଣ ଲକଡାଉନ କରିବେ ନାହିଁ । ଲୋକେ କରୋନା ଗାଇଡ୍ ଲାଇନକୁ ପାଳନ ନ କରିବା ଓ ଡେଲ୍ଟା ଭାରିଏଣ୍ଟର ଦ୍ରୁତ ସଂକ୍ରମଣ ପାଇଁ ଚତୁର୍ଥ ଲହର ଶୀଘ୍ର ଆସିଥିବା ସେ କହିଛନ୍ତି ।

Share