Categories: ଜାତୀୟ

ପ୍ରେମିକାଙ୍କ ପାଇଁ ଏଲ୍‌ଓସି ଡେଇଁଲେ ପାକିସ୍ତାନୀ ଯୁବକ

ଜୟପୁର,୭।୧୨: ପାକିସ୍ତାନ ସୀମାକୁ ଲାଗିଥିବା ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି ) ଡେଇଁବାକୁ ଉଦ୍ୟମ କରି ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଧରା ପଡ଼ିଛନ୍ତି ଜଣେ ୨୨ ବର୍ଷୀୟ ଯୁବକ। ଉକ୍ତ ଯୁବକଙ୍କ ନାମ ମହମ୍ମଦ ଅମିର। ଧରା ପଡ଼ିବା ପରେ ପ୍ରେମିକାଙ୍କୁ ଭେଟିବା ପାଇଁ ମୁମ୍ବାଇ ଯାଉଥିବା ସେ କହିଥିଲେ।

ଶନିବାର ରାତିରେ ଅମିର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ପାଟ୍ରୋଲ ବେଳେ ଧରା ପଡ଼ିଥିଲେ। ତାଙ୍କ ପାଖରୁ ଏକ ମୋବାଇଲ ଫୋନ ସହ କିଛି ଟଙ୍କା ମିଳିଥିଲା ବୋଲି ଶ୍ରୀ ଗଙ୍ଗାନଗର ଜିଲାର ଏସ୍‌ପି ଆନନ୍ଦ ଶର୍ମା କହିଛନ୍ତି।

ତେବେ ଉକ୍ତ ପାକିସ୍ତାନୀ ଯୁବକ ଯାହା କହୁଛନ୍ତି, ତାକୁ ଯାଞ୍ଚ କରାଯିବ। ଇଣ୍ଟେଲିଜେନ୍ସ ଅଧିକାରୀଙ୍କ ଏକ ଦଳ ମଙ୍ଗଳବାର ତାଙ୍କୁ ପଚରାଉଚରା ଓ କ୍ରସ ଚେକ କରିବ। ଯୁବକ ଜଣଙ୍କ ନିଜକୁ ମହମ୍ମଦ ଅମିର ପରିଚୟ ଦେଇଛନ୍ତି। ସେ ପାକିସ୍ତାନର ବାହାଓ୍ବାଲ ପୁର ଜିଲାର ହାସିଲପୁର ତହଶିଲ ବାସୀନ୍ଦା। ପ୍ରାଥମିକ ପଚରାଉଚରାରୁ ସେ ଫେସବୁକ ଯୋଗେ ମୁମ୍ବାଇର ଜଣେ ଝିଅ ସହ କଣ୍ଟାକ୍ଟରେ ଆସିଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା, ପ୍ରେମ ଓ ପରେ ଦୁହେଁ ନେଇଥିଲେ ବିବାହ ନିଷ୍ପତ୍ତି। ମାତ୍ର ତାଙ୍କର ଭିଜାକୁ ଅନୁମତି ଦେଇଥିଲେ ଭାରତୀୟ ଅଧିକାରୀ। ଏଣୁ ସେ ସୀମା ଡେଇଁ ମୁମ୍ବାଇ ଯିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଶର୍ମା କହିଛନ୍ତି।

Share