ଦୁବାଇ,୨୭।୧୦: ଟି -୨୦ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଭାରତକୁ ୧୦ ଉଇକେଟ୍ରେ ପରାସ୍ତ କରିବା ପରେ ପାକିସ୍ତାନ ଦଳ ମଧ୍ୟ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡକୁ ୫ ଉଇିକେଟରେ ପରାସ୍ତ କରିବା ପରେ ପାକିସ୍ତାନର ସେମିଫାଇନାଲ ରାସ୍ତା ସହଜ ହୋଇଛି। ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପାକିସ୍ତାନ ଭାରତର କାର୍ଯ୍ୟକୁ ସହଜ କରିଛି।
ଟୁର୍ଣ୍ଣାମେଣ୍ଟରେ ରହିବାକୁ ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ ଜିତିବାକୁ ପଡିବ। ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ମାତ୍ରେ ଭାରତର ରାସ୍ତା ବହୁତ ସହଜ ହେବ। ତା’ପରେ ତାଙ୍କୁ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମିବିଆ ଭଳି ଦୁର୍ବଳ ଦଳ ବିପକ୍ଷରେ ମ୍ୟାଚ ଖେଳିବାକୁ ପଡିବ। ଦୁର୍ବଳ ଦଳ ବିପକ୍ଷ ପରବର୍ତ୍ତୀ ୩ ମ୍ୟାଚ ଜିତି ଭାରତ ସେମିଫାଇନାଲରେ ପ୍ରବେଶ କରିବ। ଗ୍ରୁପ୍ର ପ୍ରତ୍ୟେକ ଦଳକୁ ୫ ଟି ମ୍ୟାଚ ଖେଳିବାକୁ ପଡିବ । ପାକିସ୍ତାନ ଦଳ ଏହାର ସମସ୍ତ ପାଞ୍ଚଟି ମ୍ୟାଚ ଜିତିପାରିବ। ଏଥି ସହିତ ଭାରତ ଏହାର ୪ଟି ମ୍ୟାଚ ଜିତିପାରିବ। ଭାରତର ପରବର୍ତ୍ତୀ ମ୍ୟାଚ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବ।


