ୱିକିପିଡିଆ ଉପରୁ ପ୍ରତିବନ୍ଧକ ହଟାଇଲା ପାକିସ୍ତାନ

ଇସଲାମାବାଦ,୭ ।୨: ପାକିସ୍ତାନରେ ଅନଲାଇନ ନଲେଜ ପ୍ଲାଟଫର୍ମ ୱିକିପିଡିଆ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ନିର୍ଦ୍ଦେଶକ୍ରମରେ ତୁରନ୍ତ ୱିକିପିଡିଆ ସଂଚାଳନ ପୁନର୍ବାର ଆରମ୍ଭ କରାଯାଇଛି । କିଛିଦିନ ପୂର୍ବରୁ ସାରା ବିଶ୍ୱରେ ଚର୍ଚ୍ଚିତ ୱିକିପିଡିଆ ଉପରେ ପାକିସ୍ତାନ ସରକାର ପ୍ରତିବନ୍ଧକ ଲଗାଇଥିଲେ ।
ୱିକିପିଡିଆ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩ ସଦସ୍ୟ ବିଶିଷ୍ଟ ମିନିଷ୍ଟରିୟାଲ କମିଟି ନିଷ୍ପତ୍ତି ନେଇଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ବ୍ୟତୀତ ଆଇନ ମନ୍ତ୍ରୀ ଆଜମ ନଜିର ତରାର, ଇକନୋମିକ ଆଫେୟାର ଆଣ୍ଡ ପଲିଟିକାଲ ଆଫେୟାର ମନ୍ତ୍ରୀ ଅୟାଜ ସାଦିକ ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ମରିୟମ ଔରଙ୍ଗଜେବ ସାମିଲ ଅଛନ୍ତି । ମନ୍ତ୍ରୀଙ୍କ ଏହି ପରିଷଦ ୱିକିପିଡିଆ ଉପରୁ ତୁରନ୍ତ ପ୍ରତିବନ୍ଧ ହଟାଇବାକୁ ଉପଦେଶ ଦେଇଥିଲେ । ଜିଓ ନ୍ୟୁଜର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଟେଲିକମ୍ୟୁନିକେଶନ ଅଥରିଟି(ପିଟିଏ) ୧ ଫେବୃୟାରୀରେ ୱିକିପିଡିଆରେ କିଛି ବିବାଦୀୟ କଣ୍ଟେଣ୍ଟସକୁ ହଟାଇବାକୁ କହିଥିଲେ । ହେଲେ, ସେତେବେଳେ ୱିକିପିଡିଆ ବିବାଦୀୟ କଣ୍ଟେଣ୍ଟକୁ ହଟାଇପାରି ନ ଥିଲା । ଏହାର ୨ ଦିନ ପରେ ପାକିସ୍ତାନ ସରକାର ୱିକିପିଡିଆକୁ ବ୍ୟାନ କରିଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର…

କ୍ୱିଭ୍‌/ମସ୍କୋ, ୧୬।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର ଚାଲିଛି ବୋଲି ୟୁକ୍ରେନର ଜେନେରାଲ ଅଫ ଆର୍ମି ଇଣ୍ଟେଲିଜେନ୍ସ ଦାବି କରିଛି।...

ଫୋର୍ବସ୍‌ ଧନୀ ତାଲିକାରୁ ବାଦ୍‌ ପଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫୋର୍ବସ ପତ୍ରିକାର ୪୦୦ ଜଣିଆ ଧନୀ ଆମେରିକୀୟଙ୍କ ତାଲିକାରୁ ପ୍ରଥମ ଥର ପାଇଁ ବାଦ୍‌ ପଡ଼ିଛନ୍ତି।...

ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ଦେଖା ଯିବେନି ସୈନ୍ୟ, ନୂତନ ଜ୍ଞାନକୌଶଳରେ ହେବ ସମ୍ଭବ…

ତେଲ ଅଭିବ୍‌,୩୦।୬: ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ସୈନ୍ୟ ଦେଖା ଯିବେନି। ଫଳରେ ସହଜରେ ଶତ୍ରୁ ସୈନ୍ୟଙ୍କ ଉପରେ ଆକ୍ରମଣ କରାଯାଇ ବିଜୟ ଲାଭ କରିହେବ। ଏଭଳି...

ଅପହୃତ ୧୯ ଭାରତୀୟ ମୁକୁଳିଲେ

ଅବୁଜା,୨୦ା୧(ପି.ଟି.): ଗତମାସରେ ଆଫ୍ରିକାର ପଶ୍ଚିମ ଉପକୂଳ ନିକଟବର୍ତ୍ତୀ ସମୁଦ୍ରରେ ଏକ  ଜାହାଜରୁ ଅପହୃତ ହୋଇଥିବା ୧୯ ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ପଣବନ୍ଦୀ ଥିବାବେଳେ ଜଣକର...

ଘର ଛାଡ଼ିବାକୁ କହୁଛି ତାଲିବାନ୍‌

କାନ୍ଦାହାର, ୧୫ା୯: ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରରେ ଥିବା ଏକ ଆବାସିକ ଆର୍ମି କଲୋନିରେ ଲୋକଙ୍କୁ ଘର ଛାଡ଼ିବାକୁ ତାଲିବାନ୍‌ ନିର୍ଦ୍ଦେଶ ଦେଇଛି। ଏପରିକି...

୩୫ ଲକ୍ଷ ପିଲାଙ୍କ ଶିକ୍ଷା ପ୍ରଭାବିତ

ଇସଲାମାବାଦ,୧୧ା୯: ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ସବୁକିଛି ଉଜୁଡ଼ି ଯାଇଛି। ବନ୍ୟା ପ୍ରଭାବିତ ପାକିସ୍ତାନକୁ ବିଶ୍ୱର କିଛି ଦେଶ ସହାୟତାର ହାତ ବଢ଼ାଇଛନ୍ତି। ଏହି...

ପାଙ୍ଗୋଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ କରୁଛି ଚାଇନା…

ବେଜିଂ, ୧୮।୫ : ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଚାଇନା ପାଙ୍ଗୋଙ୍ଗ...

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମୁହାଁ ‘କଳ୍ପନା ଚାଓ୍ବଲା’

ଓ୍ବାଶିଂଟନ, ୩।୧୦: ନାସା ପକ୍ଷରୁ ଭାରତର ପ୍ରଥମ ମହିଳା ମହାକାଶ ଯାତ୍ରୀ କଳ୍ପନା ଚାଓ୍ବଲାଙ୍କ ନାମରେ ନିର୍ମିତ ହୋଇଥିବା ମହାକାଶ ଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର...

Advertisement
Archives

Model This Week