ପାକିସ୍ତାନ ସବୁଠୁ ବିପଜ୍ଜନକ ରାଷ୍ଟ୍ର: ବାଇଡେନ୍‌

ଓ୍ବାଶିଂଟନ,୧୬।୧୦: ପାକିସ୍ତାନ ବିଶ୍ୱରେ ଅନ୍ୟତମ ସବୁଠୁ ବିପଜ୍ଜନକ ରାଷ୍ଟ୍ର ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ପାକ୍‌ ଅଣୁଅସ୍ତ୍ରସମ୍ପନ୍ନ ରାଷ୍ଟ୍ର ହୋଇଥିଲେ ହେଁ ସେଗୁଡ଼ିକୁ ସୁସଂଗଠିତ ଭାବେ ସୁରକ୍ଷିତ ରଖିବାର ଦକ୍ଷତା ଏହାର ନାହିଁ। କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ଠାରେ ଡେମୋକ୍ରାଟିକ୍‌ କଂଗ୍ରେସନାଲ କ୍ୟାମ୍ପେନ୍‌ କମିଟି ରିସେପ୍‌ଶନରେ ଯୋଗଦେଇ ବାଇଡେନ୍‌ ଏହା କହିଛନ୍ତି। ଏଥିସହିତ ସେ ଚାଇନା ଓ ରୁଷିଆକୁ କଡ଼ା ସମାଲୋଚନା କରିଛନ୍ତି। ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଆମେରିକା ସହ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ ଚଳାଇଥିବାବେଳ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଏଭଳି ମନ୍ତବ୍ୟ ତାଙ୍କ ପାଇଁ ବଡ଼ ଝଟକା ହୋଇଛି। ବାଇଡେନ୍‌ଙ୍କ ମନ୍ତବ୍ୟକୁ ନେଇ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀ ଶନିବାର ଆମେରିକା ରାଷ୍ଟ୍ରଦୂତଙ୍କୁ ସମନ କରିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଓ ଭୁଲ୍‌ ବୁଝାମଣା ତାଙ୍କୁ ବିସ୍ମିତ କରିଥିବା ବିଲାଓ୍ବାଲ କହିଛନ୍ତି।

Share