Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବାକୁ ପାକିସ୍ତାନ ପ୍ରସ୍ତୁତ

ଇସ୍‌ଲାମାବାଦ୍‌,୨୨।୧୧(ଏପି): ପାଖାପାଖି ଏକ ଦଶନ୍ଧି ପରେ ପାକିସ୍ତାନରେ କ୍ରିକେଟ ମ୍ୟାଚ୍‌ ତଥା ସିରିଜ ଆୟୋଜନ ନେଇ ରାସ୍ତା ଖୋଲିଛି। ୨୦୦୯ରେ ଆତଙ୍କବାଦୀ ଘଟଣା ପରେ କ୍ରିକେଟ ଖେଳୁଥିବା ଦେଶଗୁଡିକ ପାକିସ୍ତାନ ଗସ୍ତ କରିବାକୁ ଅମଙ୍ଗ ହେଉଥିଲେ। ତେବେ ଆସନ୍ତା ୨୦୨୧ରେ ପାକିସ୍ତାନ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଭଳି ଶ୍ରେଷ୍ଠ କ୍ରିକେଟ ଦଳ ବିପକ୍ଷରେ ସିରିଜ ଆୟୋଜନ କରିବାକୁ ପ୍ରସ୍ତୁତ ଅଛୁ ବୋଲି ପାକିସ୍ତାନ କହିଛି। ଏ ନେଇ ଅନ୍ୟ ଦେଶର କ୍ରିକେଟ ବୋର୍ଡଗୁଡିକ ସହିତ ଯୋଗାଯୋଗ ରକ୍ଷା କରିବା ସହିତ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ ଜାରି ରଖିଛୁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ କାର୍ଯ୍ୟନିର୍ବାହୀ ଓ୍ବାସିମ ଖାଁ କହିଛନ୍ତି।
ଜାନୁୟାରୀରେ ଦକ୍ଷିଣ ଆଫ୍ରିକା ପାକିସ୍ତାନ ଗସ୍ତ କରି ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ। ଏହାପରେ ଦକ୍ଷିଣ ଆଫ୍ରିକା ପାକିସ୍ତାନରେ ୩ଟି ଟି୨୦ ମ୍ୟାଚ୍‌ ଖେଳିବ। ସେହିପରି ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ୩ଟି ଦିନିକିଆ ଓ ୫ଟି ଟି୨୦ ଖେଳିବାକୁ ପାକିସ୍ତାନ ଗସ୍ତ କରିବ। ଏହାପରେ କରାଚୀରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଦୁଇଟି ଟି୨୦ ମ୍ୟାଚ୍‌ ଖେଳିବ। ଏଥିସହି ୨୦୦୫ ପରେ ଇଂଲଣ ପ୍ରଥମଥର ପାଇଁ ପାକିସ୍ତାନ ଗସ୍ତ କରିବ। ପୁଣି ଡିସେମ୍ବରରେ ପିସିବି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ହୋମ୍‌ ସିରିଜ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ୮ରୁ ୧୦ ମାସରେ ପାକିସ୍ତାନ କେତୋଟି ଘରୋଇ ସିରିଜ ଖେଳିବାରେ ସମ୍ପୂର୍ଣ୍ଣ ରୂପେ ବ୍ୟସ୍ତ ରହିବ ବୋଲି ଓ୍ବାସିମ କହିଛନ୍ତି। ୨୦୨୨ରେ ଅଷ୍ଟ୍ରେଲିଆ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ ସହିତ ପିସିବି ଆଲୋଚନା ଜାରି ରଖିଛି।
ଉଲ୍ଲେଖଥାଉ କି, ୨୦୦୯ ମାର୍ଚ୍ଚରେ ଶ୍ରୀଲଙ୍କା ଟିମ୍‌ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହାପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ଆୟୋଜନ ହୋଇ ନ ଥିଲା। ତେବେ ୨୦୧୫ରେ ଜିମ୍ବାଓ୍ବେ ପ୍ରଥମ ଟେଷ୍ଟ ଖେଳୁଥିବା ଦେଶ ଭାବେ ପାକିସ୍ତାନ ଗସ୍ତ କରି ଲାହୋରରେ ଏକ ସୀମିତ ଓଭର ସିରିଜ ଖେଳିଥିଲା। ତେବେ ଗତବର୍ଷ ଟେଷ୍ଟ କ୍ରିକେଟ ପାକିସ୍ତାନକୁ ଫେରିଥିଲା। ଶ୍ରୀଲଙ୍କା ରାଓ୍ବଲପିଣ୍ଡି ଓ କରାଚୀରେ ଦୁଇଟି ଟେଷ୍ଟ ଖେଳିଥିଲା। ବାଂଲାଦେଶ ମଧ୍ୟ ପାକିସ୍ତାନରେ ଗୋଟିଏ ଟେଷ୍ଟ ଖେଳିଥିଲା। ତେବେ ଦ୍ୱିତୀୟ ଟେଷ୍ଟ କୋଭିଡ୍‌-୧୯ କାରଣରୁ ବାତିଲ ହୋଇଥିଲା। ଘରୋଇ ଟି୨୦ ଲିଗ୍‌ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ମଧ୍ୟ ସଫଳ ଆୟୋଜନ ହୋଇଛି। ଏଥିରେ ଶେନ୍‌ ଓ୍ବାଟସନ, ଏବି ଡି’ଭିଲର୍ସଙ୍କ ଭଳି କ୍ରିକେଟର ସାମିଲ ହୋଇଥିଲେ। ଆସନ୍ତାବର୍ଷ ପଡୋଶୀ ଆଫଗାନିସ୍ତାନ ବିପକ୍ଷରେ ଏକ ସୀମିତ ଓଭର ସିରିଜ ଆୟୋଜନ କରିବାକୁ ପିସିବି ଯୋଜନା କରିଛି ବୋଲି ଓ୍ବାସିମ କହିଛନ୍ତି। ଭାରତ ସହିତ ଦ୍ୱିପାକ୍ଷିକ ସିରିଜ ଖେଳିବା ଉପରେ ମଧ୍ୟ ଓ୍ବାସିମ ଗୁରୁତ୍ୱ ଦେଇଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ରାଜନୈତିକ ଓ କୂଟନୈତିକ ସମ୍ପର୍କରେ ସୁଧାର ଆସି ନ ଥିବାରୁ ନିକଟ ଭବିଷ୍ୟତରେ ଭାରତ ସହିତ କ୍ରିକେଟ ଖେଳିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri