ରୁଷିଆରୁ ଗହମ କିଣିବା ପାଇଁ ପାକିସ୍ତାନ ଆଗ୍ରହୀ

ଇସଲାମାବାଦ,୨୫ା୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ରୁଷିଆରୁ ଗହମ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ରୁଷିଆରୁ ଗହମ କିଣି ପାରିବ। ଦେଶରେ ବନ୍ୟା ଯୋଗୁ କୃଷିରେ ବ୍ୟାପକ କ୍ଷୟକ୍ଷତି ହୋଇଛି, ଏହି କାରଣରୁ ପାକିସ୍ତାନ ରୁଷିଆରୁ ଗହମ କିଣିବା ପାଇଁ ଆଗ୍ରହୀ। ଭୟଙ୍କର ବନ୍ୟା ପାକିସ୍ତାନରେ ବ୍ୟାପକ ଧ୍ୱଂସ ଘଟାଇଛି।  ବନ୍ୟା ଯୋଗୁ ଶହ ଶହ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି।

ପାକିସ୍ତାନରେ ବନ୍ୟା ହେତୁ ଏକ ତୃତୀୟାଂଶ ଜମି ଜଳମଗ୍ନ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ କୃଷି ଜମି ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ଏବଂ ଫସଲ ନଷ୍ଟ ହୋଇଯାଇଛି। ପାକିସ୍ତାନର ପ୍ରାୟ ୩୩ ଲକ୍ଷ ଲୋକଙ୍କ ସାମ୍ନାରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏହାକୁ ଏଡ଼ାଇବା ପାଇଁ ପାକିସ୍ତାନକୁ ପ୍ରାୟ ଏକ ମିଲିୟନ ଟନ୍‌ ଗହମ ଆମଦାନୀ କରିବାକୁ ପଡ଼ିପାରେ। ପ୍ରଧାନମନ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି, ଆମେ ରଷିଆରୁ ଗହମ ଆମଦାନୀ କରିପାରିବୁ। କିନ୍ତୁ ଆମେ ଅନ୍ୟ ପ୍ରସ୍ତାବକୁ ଅପେକ୍ଷା କରିଛୁ। ଦେଶ ମଧ୍ୟ ସାର ଆବଶ୍ୟକ କରେ କାରଣ କାରଖାନା ବନ୍ଦ ହୋଇଯାଇଥିଲା, ଯେଉଁ କାରଣରୁ ଉତ୍ପାଦନ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ଯୁଦ୍ଧ ଭିତରେ ବମ୍ଫର ରୋଜଗାର କଲା ଇରାନ, ତେଲ ବିକ୍ରି କରି ହେଲା ମାଲାମାଲ, ଜାଣିଲେ ଟ୍ରମ୍ପଙ୍କ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୩୦।୩: ଇରାନ ସହିତ ଯୁଦ୍ଧ ଏବେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଛି। ତେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥଳ ଏବଂ ଆକାଶ ଆକ୍ରମଣ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri