ଫ୍ଲୋର ଟେଷ୍ଟ ପୂର୍ବରୁ ଇମ୍ରାନଙ୍କୁ ଝଟ୍‌କା

ଇସ୍‌ଲାମାବାଦ୍‌,୩୦।୩: ଫ୍ଲୋର ଟେଷ୍ଟ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବୁଧବାର ଏକ ବଡ଼ ଝଟ୍‌କା ଲାଗିଛି। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂର ଠିକ୍‌ ପୂର୍ବରୁ ଇମ୍ରାନ ଖାନ ସରକାରଙ୍କ ସହଯୋଗୀ ଦଳ ଏମ୍‌କ୍ୟୁଏମ୍‌ ବିରୋଧୀ ଦଳ ସହ ମେଣ୍ଟ କରିଛି। ମିଳିତ ବିରୋଧୀ ଦଳ ଏବଂ ଏମ୍‌କ୍ୟୁଏମ୍‌ ମଧ୍ୟରେ ଏକ ମେଣ୍ଟ ହୋଇଛି ବୋଲି ପିପିପି ମୁଖ୍ୟ ବିଲାୱଲ ଭୁଟ୍ଟୋ ଜରଦାରୀ ଟୁଇଟ କରି ସୂଚନା ଦେଇଛନ୍ତି। ରାବଟା କମିଟି ଏମ୍‌କ୍ୟୁଏମ୍‌ ଏବଂ ପିପିପି ସିଇସି ମେଣ୍ଟକୁ ସ୍ପଷ୍ଟ କରିଛି। ଏନେଇ ଗୁରୁବାର ଏକ ଖବରଦାତା ସମ୍ମିଳନୀ କରାଯାଇ ଅଧିକ ସୂଚନା ଦିଆଯିବ ବୋଲି ବିଲଓ୍ବାଲ ଭୁଟ୍ଟୋ କହିଛନ୍ତି। ବିରୋଧୀ ଦଳ ଇମ୍ରାନଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ମାର୍ଚ୍ଚ ୩୧ରେ ଏହା ଉପରେ ଆଲୋଚନା ହେବେ। କିନ୍ତୁ ଏହାପୂର୍ବରୁ ଏମ୍‌କ୍ୟୁଏମ୍‌ ଏବଂ ପିପିପିର ମେଣ୍ଟ ପରେ ଇମ୍ରାନ ଖାନ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ଯାହା ଦ୍ୱାରା ଏବେ ତାଙ୍କ ଗାଦି ଟଳମଳ ହେଉଥିବାର ପରିଲକ୍ଷିତ ହେଉଛି।

Share