୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କଲା ପାକିସ୍ତାନ ସରକାର

ଇସ୍ଲାମାବାଦ,୨୦।୧୨ : ମିଛ ପ୍ରମାଣପତ୍ର ଦେଇଥିବା ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛି ପାକିସ୍ତାନ ସରକାର। ସେମାନେ କେଉଁଭଳି ଭାବେ ମିଛ ପ୍ରମାଣପତ୍ର ହାସଲ କଲେ, ତାହା ଅନୁସନ୍ଧାନ କରିବ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏ)। ଏ ନେଇ ସିଏଏ ଦେଶର ସର୍ବୋଚ୍ଚ କୋର୍ଟକୁ ଜଣାଇଛି।

ଚଳିତ ବର୍ଷ ମେ ୨୨ ତାରିଖରେ ଘଟିଥିବା ବିମାନ ଦୁର୍ଘଟଣା ପରେ କିଛି ପାଇଲଟଙ୍କ ନିକଟରେ ଯୋଗ୍ୟତା ନ ଥିଲେ ମଧ୍ୟ ଫେକ୍‌ ପ୍ରମାଣପତ୍ର ଦେଇ ବିମାନ ଚଳାଉଥିବା ଜଣାପଡ଼ିଥିଲା। ଏହି ଦୁର୍ଘଟଣାରେ ୯୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଦେଶରେ ସକ୍ରିୟ ଥିବା ୮୬୦ ପାଇଲଟଙ୍କ ମଧ୍ୟରୁ ୨୬୦ ବିମାନ ଚାଳକ ମିଛ ପ୍ରମାଣପତ୍ର ଦେଇଛନ୍ତି ନ ହେଲେ ସେମାନେ ଚିଟିଂ କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ନାମ ସାର୍ବଜନୀନ କରାଯାଇଛି।

Share