ଇମ୍ରାନଙ୍କ ପାର୍ଟିକୁ ନିଷିଦ୍ଧ ସଂଗଠନ ଘୋଷଣା କରିବାକୁ ପାକିସ୍ତାନ ସରକାରଙ୍କ ଯୋଜନା…

ଇସଲାମାବାଦ,୧୯।୩ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାହୋର ବାସଭବନରୁ ଅସ୍ତ୍ରଶସ୍ତ୍ର ଏବଂ ପେଟ୍ରୋଲ ବୋମା ଜବତ କରିଥିବା ପୋଲିସ ଦାବି କରିବା ପରେ ପାକିସ୍ତାନ ସରକାର ତେହେରିକ-ଇ-ଇନସାଫ ପାର୍ଟିକୁ ନିଷିଦ୍ଧ ସଂଗଠନ ଭାବରେ ଘୋଷଣା କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ସରକାର ବିଶେଷଜ୍ଞଙ୍କ ସହ ପରାମର୍ଶ କରିବେ ବୋଲି ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନାଉଲହା କହିଛନ୍ତି।

ସୂଚନାଯୋଗ୍ୟ,ଶନିବାର ଇସଲାମାବାଦର ଏକ ଜିଲା କୋର୍ଟରେ ହାଜର ହେବା ପାଇଁ ଲାହୋରରୁ ଆସିଥିବା ଇମ୍ରାନ ଖାନଙ୍କୁ ଶାସକ ଦଳର ନେତାମାନେ କଡ଼ା ସମାଲୋଚନା କରିଥିଲେ। ଇମ୍ରାନ ଇସଲାମାବାଦରେ ଥିବାବେଳେ ୧୦ ହଜାରରୁ ଅଧିକ ସଶସ୍ତ୍ର ପଞ୍ଜାବ ପୋଲିସ କର୍ମଚାରୀ ଲାହୋରର ଜମାନ ପାର୍କରେ ଥିବା ତାଙ୍କ ବାସଭବନରେ ଏକ ବିଶାଳ ଅପରେଶନ ଆରମ୍ଭ କରିଥିଲେ ଏବଂ ତାଙ୍କର ଅନେକ ସମର୍ଥକଙ୍କୁ ଗିରଫ କରିଥିଲେ। କେବଳ ଏତିକି ନୁହେଁ ତାଙ୍କ ବାସଭବନରୁ ଅସ୍ତ୍ରଶସ୍ତ୍ର ଏବଂ ପେଟ୍ରୋଲ ବୋମା ଜବତ କରାଯାଇଥିବା ମଧ୍ୟ ଦାବି କରାଯାଇଛି।

ସନାଉଲହା କହିଛନ୍ତି, ଆତଙ୍କବାଦୀମାନେ ଜମାନ ପାର୍କରେ ଲୁଚି ରହିଥିଲେ। ଇମ୍ରାନ ଖାନଙ୍କ ବାସଭବନରୁ ଅସ୍ତ୍ରଶସ୍ତ୍ର, ପେଟ୍ରୋଲ ବୋମା ଇତ୍ୟାଦି ଜବତ କରାଯାଇଛି। ଆତଙ୍କବାଦୀ ସଂଗଠନ ସାବ୍ୟସ୍ତ କରିବା ଲାଗି ପିଟିଆଇ ବିରୋଧରେ ମାମଲା ରୁଜୁ କରିବା ପାଇଁ ଏସବୁ ଯଥେଷ୍ଟ ପ୍ରମାଣ । ତେବେ ଏହି ପ୍ରସଙ୍ଗରେ ଆମେ ଆମର ଆଇନ ଦଳ ସହିତ ପରାମର୍ଶ କରିବୁ ବୋଲି ସେ କହିଛନ୍ତି।

Share