ଟୁଇଟରର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟକୁ ଭାରତରେ କଲା ବ୍ଲକ

ନୂଆଦିଲ୍ଲୀ/ଇସଲାମାବାଦ,୩୦ ।୩: ଟୁଇଟର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟକୁ ଭାରତରେ ବ୍ଲକ କରି ଦେଇଛି । ଟୁଇଟରରେ ଜାରି କରାଯାଇଥିବା ନୋଟିସ ଅନୁଯାୟୀ ଆଇନଗତ କାରଣ ଯୋଗୁ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ବ୍ଲକ କରି ଦିଆଯାଇଛି ।
ଟୁଇଟରର ଗାଇଡ ଲାଇନ ଅନୁଯାୟୀ, ବୈଧ ଆଇନ ଗତ କାର୍ଯ୍ୟାନୁଷ୍ଠାନ, ଯେମିତିକି କୋର୍ଟଙ୍କ ନିର୍ଦ୍ଦେଶ ଅବା ସରକାରଙ୍କ ଦାବି ଉପରେ ଆକାଉଣ୍ଟକୁ ବ୍ଲକ କରିବାକୁ ପଡିଛି ।
ରଏଟର୍ସର ରିପୋର୍ଟ ଅନୁଯାୟୀ, ଅନ୍ୟ ଦେଶ ଯେମିତିକି ଆମେରିକା, କାନାଡା ଆଦି ଦେଶରେ ପାକିସ୍ତାନ ସରକାରଙ୍କ ଟୁୁଇଟର ଆକାଉଣ୍ଟ ଚାଲୁ ରହିଛି । ଏବେ ପର୍ଯ୍ୟନ୍ତ ଏହି ଘଟଣାରେ ଭାରତ ଅବା ପାକିସ୍ତାନର ସୂଚନା ଟେକନିକ ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।
ପାକିସ୍ତାନର ସରକାରୀ ଟୁଇଟର ଆକାଉଣ୍ଟକୁ ଖୋଲିବା ସମୟରେ ଲେଖାଯାଇଛି, ଭାରତରେ ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟଭାରତରେ ଏକ ଆଇନଗତ ଦାବିର ଜବାବ ପାଇଁ ବନ୍ଦ କରି ଦିଆଯାଇଛି ।

Share