ସ୍ଥିର ହେଲା ନଓ୍ବାଜ ଶରିଫଙ୍କ ପାକିସ୍ତାନ ଫେରିବା ତାରିଖ

ଇସଲାମାବାଦ,୧୭।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ସ୍ବଦେଶ ଫେରିବେ। ଏବେ ଏହାର ତାରିଖ ସ୍ଥିର ହୋଇଥିବା ଜଣାପଡିଛି। ନଓ୍ବାଜଙ୍କ ଭାଇ ଶେହବାଜ ଶରିଫ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଆସନ୍ତା ଅକ୍ଟୋବର ୨୧ରେ ପାକିସ୍ତାନରେ ପହଞ୍ଚିବେ।

ସେ କହିଛନ୍ତି ଯେ ରାଷ୍ଟ୍ରୀୟ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନଏବି) ସଂଶୋଧନ ମାମଲାରେ ସୁପ୍ରିମକୋର୍ଟଙ୍କ ନିକଟରେ ହୋଇଥିବା ନିଷ୍ପତ୍ତିର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କ ନାହିଁ ଏବଂ ସେ ଶୀଘ୍ର ନିଜ ଦେଶକୁ ଫେରିବେ। ନୱାଜ ଶରିଫ, ସୁଲେମାନ ଶରିଫ ଏବଂ ଆଇନଜୀବୀ ଆଜମ ନଜିର ତରାର, ଅଜମଦ ପରଭେଜ ଏବଂ ଉତାଉଲ୍ଲାହ ତରାରା ଏକ ଆଇନଗତ ଅଧିବେଶନ କରିବା ପରେ ଶେହବାଜ ଶରିଫ ଏହି ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନୀ ଚ୍ୟାନେଲ ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ ଶେହବାଜ କହିଛନ୍ତି ଯେ ନୱାଜ ଶରିଫଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲା ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟମୂଳକ।
ଶେହବାଜ କହିଛନ୍ତି ଯେ ନୱାଜ ଶରିଫଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକର କୌଣସି ଆଇନଗତ ତଥ୍ୟନାହିଁ ଏବଂ ଏହା ଭିତ୍ତିହୀନ। ଶେହବାଜ କହିଛନ୍ତି ଯେ ନୱାଜ ବର୍ତ୍ତମାନ ଅକ୍ଟୋବର୨୧ରେ ପାକିସ୍ତାନ ଆସିବେ।

Share