କାବୁଲରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ,୨୧ା୧୦: ଆଫଗାନିସ୍ତାନର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ଆଲୋଚନା କରିବା ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେଶି ଗୁରୁବାର ଆଇଏସ୍‌ଆଇ ମୁଖ୍ୟ ଲେଫ୍ଟ ଜେନେରାଲ ଫେଜ୍‌ ହମିଦଙ୍କ ସହ କାବୁଲରେ ପହଞ୍ଚିଛନ୍ତି। ଏହି ଯାତ୍ରା ଗୋଟିଏ ଦିନ ପାଇଁ। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ସମୟରେ ପାକିସ୍ତାନୀ ପ୍ରତିନିଧି ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁଟାକିଙ୍କ ଅନ୍ୟ ଆଫଗାନିସ୍ତାନ ନେତାଙ୍କୁ ଭେଟିବେ।

ଉଭୟ ପକ୍ଷ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ବିଭିନ୍ନ କ୍ଷେତ୍ର ତଥା ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସହଯୋଗକୁ ମଜଭୁତ କରାଯିବ। ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପ୍ରସଙ୍ଗରେ ଆଲୋଚନା ହେବ। ଆସନ୍ତା ସପ୍ତାହରେ ଆଫଗାନିସ୍ତାନର ପଡ଼ୋଶୀ ଦେଶ ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀମାନଙ୍କ ସହ ତେହେରାନ ବୈଠକ ବସିବ।

Share