କାଙ୍ଗାଳ ପଥରେ ଥିବା ପାକିସ୍ତାନର ସହାୟତା ଲାଗି ଆଗକୁ ଆସିଲା ୟୁଏଇ

ଇସଲାମାବାଦ,୨୦।୧: ଡିଫଲ୍ଟର ପଥରେ ଥିବା ପାକିସ୍ତାନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ବନ୍ଧୁ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବାକୁ ଯାଉଛି। ଏଥିଲାଗି ପାକିସ୍ତାନ ଋଣ ନେଇପାରୁନାହିଁ କି କିସ୍ତି ପରିଶୋଧ କରିବାରେ ସକ୍ଷମ ନୁହେଁ। ଏଭଳି ସମୟରେ ୟୁଏଇ ପାକିସ୍ତାନକୁ ୨ ବିଲିୟନ ଡଲାର ଦେଇଛି। ଏନେଇ ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଦାର୍‌ ନିଶ୍ଚିତ କରିଛନ୍ତି।

ଆବୁଧାବି ଫଣ୍ଡ ଫର୍‌ ଡେଭେଲପମେଣ୍ଟ(ଏଡିଏଫ୍‌ଡି) ତରଫରୁ ଷ୍ଟେଟ ବ୍ୟାଙ୍କ ଅଫ୍‌ ପାକିସ୍ତାନ(ଏସ୍‌ବିପି)ରେ ୨ ବିଲିୟନ ଡଲାର ଜମା ପ୍ରତ୍ୟାହାର ପାଇଁ ଅବଧିକୁ ବଢ଼ାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଗତ ସପ୍ତାହରେ ଆଧିକାରିକ ଯାତ୍ରା ସମୟରେ ୟୁଏଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ। ପାକିସ୍ତାନ-ୟୁଏଇ ବନ୍ଧୁତା ଜିନ୍ଦାବାଦ ବୋଲି ଅର୍ଥମନ୍ତ୍ରୀ ଲେଖିଛନ୍ତି।

Share