ଖାଦ୍ୟ ସଙ୍କଟ ମୁକାବିଲା କରିବାରେ ପାକିସ୍ତାନ ବିଫଳ: କରାଚି ବନ୍ଦରରେ ଅଟକି ରହିଲା ହଜାର ହଜାର ଖାଦ୍ୟ ସାମଗ୍ରୀ କଣ୍ଟେନର

ଇସଲାମାବାଦ,୧୩ା୧: ଗହମ ଅଭାବ ମଧ୍ୟରେ ପାକିସ୍ତାନୀ ବ୍ୟାଙ୍କଗୁଡ଼ିକ ବିଦେଶୀ ମୁଦ୍ରା ଦେୟ ଦେବାକୁ ଅନିଚ୍ଛା ପ୍ରକାଶ କରି କରାଚି ବନ୍ଦରରେ ହଜାର ହଜାର ପରିବହନ ସାମଗ୍ରୀକୁ ବନ୍ଦ କରି ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏଠାରେ ଅନେକ ଖାଦ୍ୟ ସାମଗ୍ରୀ ଅଛି, ଯାହା ନଷ୍ଟ ହୋଇଯାଇପାରେ। ଏପରିକି ଅନେକ ଜରୁରୀ ଔଷଧ ମଧ୍ୟ ଅଛି। ବର୍ତ୍ତମାନ ପାକିସ୍ତାନ ଗହମ ଅଭାବର ସବୁଠାରୁ ଖରାପ ପରିସ୍ଥିତିର ସମ୍ମୁଖୀନ ହେଉଛି। ଖେବର, ପଖତୁନ୍‌ଖଓ୍ବା, ସିନ୍ଧ୍‌ ଏବଂ ବାଲୁଚିସ୍ତାନ ପ୍ରଦେଶର ଅନେକ ଅଞ୍ଚଳରେ ଗହମର ଅଭାବ ଦେଖାଦେଇଛି।

ପାକିସ୍ତାନରେ ଚାଲିଥିବା ସଙ୍କଟ ମଧ୍ୟରେ ଗହମ ଏବଂ ଅଟାର ମୂଲ୍ୟ ଆକାଶଛୁଆଁ ହୋଇଛଇ। କରାଚିରେ ଅଟା କିଲୋଗ୍ରାମ ୧୪୦ରୁ ୧୬୦ରେ ବିକ୍ରି ହେଉଛି। ଇସଲାମାବାଦ ଏବଂ ପେଶଓ୍ବାରରେ ୧୦ କିଲୋଗ୍ରାମ ଅଟା ବ୍ୟାଗ୍‌ ପିଛା ୧୫୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ୨୦ କିଲୋଗ୍ରାମ ଅଟା ବ୍ୟାଗ୍‌ ୨୮୦୦ ଟଙ୍କାରେ ବିକ୍ରି ହେଉଛି। ପଞ୍ଜାବ ପ୍ରଦେଶର ମିଲ ମାଲିକମାନେ ଅଟା ମୂଲ୍ୟ କିଲୋଗ୍ରାମ ପିଛା ୧୬୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ପାକିସ୍ତାନର ଖେବର ପଖତୁନ୍‌ଖଓ୍ବା ମଧ୍ୟ ଅଟା ସଙ୍କଟର ସବୁଠାରୁ ଖରାପ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏଠାରେ ୨୦ କିଲୋଗ୍ରାମ ବ୍ୟାଗ୍‌ ଅଟା ୩୧୦୦ ଟଙ୍କାରେ ବିକ୍ରି ହେଉଛି। ସରକାର ଦାମକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଏପରି ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri