ଲକ୍ଷାଧିକ ଚାଷୀଙ୍କୁ ସହାୟତା କରିଛି ମାଷ୍ଟରକାର୍ଡ

ନୂଆଦିଲ୍ଲୀ,୧୩।୧:ମାଷ୍ଟରକାର୍ଡ ନିକଟରେ ଏକ ବିରଳ ରେକର୍ଡ ହାସଲ କରିବାରେ ସକ୍ଷମ ହୋଇଛି। ବିଶେଷକରି କମ୍ପାନୀ ଭାରତରେ ନିଜର ବିସ୍ତୃତ ଗ୍ରାମାଞ୍ଚଳ ଓ କୃଷି ଡିଜିଟାଲୀକରଣ ସମାଧାନ, ଫାର୍ମ ପାସ୍‌ ମାଧ୍ୟମରେ ଏକ ମିଲିୟନରୁ ଅଧିକ କ୍ଷୁଦ୍ରଚାଷୀଙ୍କୁ ଲାଭାନ୍ବିତ କରିବାର ମାଇଲଖୁଣ୍ଟ ଅତିକ୍ରମ କରିଛି। ଏପରିକି ଫାର୍ମ ପାସ୍‌ର ବ୍ୟବହାର କରି ମାଷ୍ଟରକାର୍ଡ ୨୦୨୨ରେ ପ୍ରାୟ ୧୮୦ କୋଟି ଟଙ୍କାର କୃଷି ଉପତ୍ାଦ ବିକ୍ରି କରାଇଛି। ସେହିଭଳି ଲରେନ୍ସଡେଲ୍‌ ଆଗ୍ରୋ ପ୍ରୋସେସିଂ ଇଣ୍ଡିଆ (ଏଲ୍‌ଇଏଏଫ୍‌) ଓ ବେସିକ୍ସ ସୋସିଆଲ ଏଣ୍ଟରପ୍ରାଇଜ୍‌ ଗ୍ରୁପ୍‌ ସହ କମ୍ପାନୀ କାର୍ଯ୍ୟ କରୁଛି। ଏହି ପେମେଣ୍ଟସ୍‌ ଟେକ୍ନୋଲୋଜି ଫାର୍ମ ୨୦୨୫ ସୁଦ୍ଧା ୧୦ମିଲିୟନ କୃଷକଙ୍କୁ କଭର କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏ ସମ୍ପର୍କରେ ମାଷ୍ଟରକାର୍ଡର ହ୍ୟୁମାନିଟାରିଆନ୍‌ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ ବିଭାଗର କାର୍ଯ୍ୟକାରୀ ଉପାଧ୍ୟକ୍ଷ ତାରା ନାଥନ୍‌ କହିଛନ୍ତି, କମ୍ୟୁନିଟି ପାସ୍‌କୁ୍‌ ବିଶେଷ ଭାବେ ଡିଜାଇନ କରାଯାଇଛି। ବିଶେଷକରି କ୍ଷୁଦ୍ରଚାଷୀମାନଙ୍କୁ ଅଧିକ ଓ ଶୀଘ୍ର ଅର୍ଥ ପ୍ରଦାନ କରିବାରେ ସାହାଯ୍ୟ କରିବା ପାଇଁ ଏହା ଡିଜାଇନ୍‌ କରାଯାଇଛି, ଯାହା ଫାର୍ମ ପାସ୍‌କୁ ଅନ୍ତର୍ଭୁକ୍ତ କରିଥାଏ। ଏପରିକି ମାଷ୍ଟରକାର୍ଡ ଗତ ବର୍ଷ ଏକ ମିଲିୟନରୁ ଅଧିକ ଚାଷୀଙ୍କୁ ସହଯୋଗ କରି ଗର୍ବିତ ମନେ କରୁଛି। ଭାରତ ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ଓ କୃଷକଙ୍କ ଆୟ ୨ଗୁଣ କରିବା ଲକ୍ଷ୍ୟ ସହ ଜଡିତ ରହିଛି, କମ୍ୟୁନିଟି ପାସ୍‌ କ୍ଷୁଦ୍ରଚାଷୀମାନେ ନିର୍ଭରଯୋଗ୍ୟ ବଜାର ଓ ଆର୍ଥିକ ସେବା ହାସଲ କରିବା ପାଇଁ ଚେଷ୍ଟା କରିବା ସମୟରେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକଗୁଡିକୁ ଦୂର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?