ପାକିସ୍ତାନ-ଇରାନ ମଧ୍ୟରେ ବଢ଼ିଲା ବିବାଦ: ଏୟାର ଷ୍ଟ୍ରାଇକ୍ ପରେ ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ପାକିସ୍ତାନ

ନୂଆଦିଲ୍ଲୀ,୧୭।୧: ବାଲୁଚିସ୍ତାନ ପ୍ରଦେଶ ଉପରେ ଏୟାର ଷ୍ଟ୍ରାଇକ୍ କରିବା ପାକିସ୍ତାନ ବୁଧବାର ଇରାନରେ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଛି। ସେହିଭଳି ପାକିସ୍ତାନରେ ଥିବା ଇରାନର ରାଷ୍ଟ୍ରଦୂତଙ୍କୁ ମଧ୍ୟ ବର୍ତ୍ତମାନ ନ ଫେରିବାକୁ କୁହାଯାଇଛି। ବାଲୁଚିସ୍ତାନରେ ଜୈଶ-ଉଲ-ଆଡଲ ଆତଙ୍କବାଦୀ ଗୋଷ୍ଠୀର ଦୁଇଟି “ଗୁରୁତ୍ୱପୂର୍ଣ୍ଣ” ବେସକୁ ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିବା ପରେ ପାକିସ୍ତାନ ପକ୍ଷରୁ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାର ନିନ୍ଦା କରି ଏହାକୁ ଇରାନ ଦ୍ୱାରା ଏହାର ଆକାଶ ମାର୍ଗର ଉଲ୍ଲଂଘନ ବୋଲି ବର୍ଣ୍ଣନା କରିଛି। ଏଥିରେ କୁହାଯାଇଛି ଯେ ଏହି ଆକ୍ରମଣରେ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

ପାକିସ୍ତାନ ଏହି ବିଷୟକୁ ଗମ୍ଭିରାତାର ସହ ନେଇ ଏହାର ସାର୍ବଭୌମତ୍ୱର ଉଲ୍ଲଂଘନକୁ ତୀବ୍ର ବିରୋଧ କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାର ଗୁରୁତର ପରିଣାମ ଥାଇପାରେ।

 

Share