ଇମ୍ରାନଙ୍କ ଉପରେ ଆକ୍ରମଣ ପରେ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି, ସେନାକୁ ଦିଆଯାଇପାରେ କ୍ଷମତା

ଇସଲାମାବାଦ,୪ ।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଏକ ରାଲି ସମୟରେ ଇମ୍ରାନଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏଥିରେ ସେ ଆହତ ହୋଇଛନ୍ତି । ଏହାପରେ ପାକିସ୍ତାନରେ ଇମ୍ରାନ ଖାଁଙ୍କ ରାଜନୈତିକ ଦଳର କର୍ମୀମାନେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ କରି ଦେଇଛନ୍ତି । ଏହି ଘଟଣା ପରେ ସମଗ୍ର ପାକିସ୍ତାନରେ ସ୍ଥିତି ବିଗିଡିବାରେ ଲାଗିଛି । ଏବେ ପାକସ୍ତାନରେ ଏମିତି ପରିସ୍ଥିତି ହେବାକୁ ଯାଉଛି ଯେ ଆଗକୁ ଗୃହଯୁଦ୍ଧର ଆଶଙ୍କା କରାଗଲାଣି ।

ଏବେ ସବୁଠାରୁ ବଡ ପ୍ରଶ୍ନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପାକିସ୍ତାନର ଭବିଷ୍ୟତ କ’ଣ ହେବ । ଶହବାଜ ଶରିଫ ସରକାର ଏହି ପରିସ୍ଥିତିକୁ ସମ୍ଭାଳି ପାରିବେ ନା ଏଥିପାଇଁ ଆଉ କିଛି ପଦକ୍ଷେପ ନେବେ ।

Share