ଆଉ ଏକ ବିବାଦରେ ଛନ୍ଦି ହେଲା ପାକିସ୍ତାନ

ବ୍ରୁସେଲ୍‌ସ,୫ା୧୦: ପାକିସ୍ତାନ ଆଉ ଏକ ବିବାଦରେ ଛନ୍ଦି ହୋଇପଡ଼ଛି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ଇସଲାମାବାଦ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଖିବାକୁ ମିଳିଛି। ଏହା ପରେ ପାକିସ୍ତାନର ସମସ୍ୟା ପୁଣି ଥରେ ବୃଦ୍ଧି ପାଇଛି।

ଖବର ଅନୁଯାୟୀ, ରୁଷିଆ-ୟୁକ୍ରେନ ବିବାଦରେ ପାକିସ୍ତାନ ନିରପେକ୍ଷ ନୁହେଁ ଏବଂ ୟୁକ୍ରେନର ଶେଷ ବ୍ୟବହାର ପାଇଁ ପାକିସ୍ତାନ ନିର୍ମିତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଯୋଗାଣ ସହ ଇସଲାମାବାଦ ବୋଧହୁଏ ତୃତୀୟ ଦେଶ ଭିତ୍ତିକ ପ୍ରତିରକ୍ଷା ଯୋଗାଣକାରୀ ଏବଂ କଣ୍ଟ୍ରାକ୍ଟରମାନଙ୍କୁ ଏହି ପ୍ରତିରକ୍ଷା ବିକ୍ରୟକୁ ୟୁକ୍ରେନକୁ ପଠାଇବା ପାଇଁ ବ୍ୟବହାର କରୁଛି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି।

ଇସଲାମାବାଦ ବର୍ତ୍ତମାନ ୟୁକ୍ରେନକୁ ଆବଶ୍ୟକ ଗୁଳି ଯୋଗାଇ ରୁଷିଆ-ୟୁକ୍ରେନ ଯୁଦ୍ଧରୁ ଟଙ୍କା ରୋଜଗାର କରିବାକୁ ପ୍ରସ୍ତୁତ ଅଛି। ଯାହାକୁ ନେଇ ବିବାଦ ଦେଖାଦେଇଛି।

Share