Categories: ଜାତୀୟ

ପାକିସ୍ତାନର ଡ୍ରୋନ ନେଟୱର୍କ ଧ୍ୱଂସ, ୬ ଆତଙ୍କବାଦୀ ଗିରଫ, ୪ ଏକେ ୪୭ ସହ ୧୦ ପିସ୍ତଲ ଜବତ

ଜମ୍ମୁ,୧୯ ।୭: ପାକିସ୍ତାନରୁ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ମଗାଇ ବଡ ଆକ୍ରମଣ କରିବା ଯୋଜନାରେ ଥିବା ୩ ଆତଙ୍କବାଦୀ ଗ୍ରୁପକୁ ଧ୍ୱଂସ କରି ଦିଆଯାଇଛି । ଜମ୍ମୁ ଓ ରାଜୌରିରୁ ୬ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ବହୁ ପରିମାଣରେ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଓ ନଗଦ ଟଙ୍କା ଜବତ କରାଯାଇଛି । ଗିରଫ ହୋଇଥିବା ଆଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ଜମ୍ମୁର ଖଟିଙ୍କା ଅଞ୍ଚଳର ହୋଇଥିବା ବେଳେ ୨ ଜଣ ସାମ୍ବା ଓ କଠୁଆର ଏବଂ ୩ ଜଣ ରାଜøରିର ବୋଲି ଜଣାପଡିଛି । ଜମ୍ମୁର ଖଟିଙ୍କା ଅଞ୍ଚଳରେ ରହୁଥିବା ଆତଙ୍କବାଦୀଙ୍କ ଘର ଉପରେ ଚଢାଉ କରି ପୋଲିସ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରିଛି ।
ଏଡିଜିପି ମୁକେଶ ସିଂ କହିଛନ୍ତି, ଗତ ବର୍ଷେ ଦେଢ ବର୍ଷ ମଧ୍ୟରେ ଜମ୍ମୁ ସଂଭାଗରେ ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ପଠାଇବା, ଆଇଇଡି ଓ ଷ୍ଟିକି ବୋମା ପଠାଇବାର କିଛି ଘଟଣା ସାମ୍ନାକୁ ଆସିଛି । ରାଜୌରି, ଉଧମପୁର ଓ ଜମ୍ମୁର ସୁଂଜୱାରେ ଆଇଇଡି ବିସ୍ଫାରଣ ଓ ଆତଙ୍କବାଦୀ ଆକ୍ରମଣ ବି ହୋଇଛି । ଏହି ସମସ୍ତ ଘଟଣାର ଯାଞ୍ଚ ପୋଲିସ ଆରମ୍ଭ କରିଛି । ଯାଞ୍ଚ ସମୟରେ ୩ ଆତଙ୍କବାଦୀ ନେଟୱର୍କ ସାମ୍ନାକୁ ଆସିଥିବା ବେଳେ ଏହାକୁ ଧ୍ୱଂସ କରି ଦିଆଯାଇଛି ।

Share