ତାଲିବାନକୁ କଣ୍ଟ୍ରୋଲ କରିବାକୁ ପାକିସ୍ତାନ ପାଖରେ ଅର୍ଥର ଅଭାବ ରହିଛି: ହଶମତ

କାବୁଲ,୨୪ ।୮: ତାଲିବାନର କବଜାକୁ ଆସିବା ପରେ ଆଫଗାନିସ୍ତାନରେ ଶାସକ ପରିବର୍ତ୍ତନକୁ ନେଇ କେତେ କ’ଣ ଆଲୋଚନା ହେଉଛି । ଏପଟେ ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ବି ଚର୍ଚ୍ଚା ଯୋର ଧରିଛି । ଏହାର ଭବିଷ୍ୟତକୁ ନେଇ ଭିନ୍ନ ଭିନ୍ନ ଆଶଙ୍କା କରାଯାଉଥିବା ବେଳେ ପାକିସ୍ତାନ ଓ ଚାଇନା ଆଶାବାଦୀ ଥିବା ବି କୁହାଯାଉଛି । ଯାହା ଭାରତର ଚିନ୍ତାକୁ ବଢାଇ ଦେଉଛି । ଏହାରି ଭିତରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହଶମତ ଘନି କହିଛନ୍ତି ଏହା କୌଣସି ଲୁଚାଇବା କଥା ନୁହେଁ କି ପାକିସ୍ତାନ ଆଫଗାନିସ୍ତାନରେ ଏକ ପ୍ଲେୟାର ବା ଖେଳାଳି । କିନ୍ତୁ ପାକିସ୍ତାନ ନିକଟରେ ତାଲିବାନକୁ ନିୟନ୍ତ୍ରଣରେ ରଖିବା ଭଳି ଅର୍ଥ ନାହିଁ ବୋଲି ହଶମତ ଘନି କହିଛନ୍ତି । ଅନ୍ୟପଟେ ସେ ଭାରତକୁ ପରାମର୍ଶ ଦେଇ କହିଛନ୍ତି ଭାରତ ସେଠାରେ ତା’ର ଦୂତାବାସକୁ ବନ୍ଦ କରିବାର ନ ଥିଲା । ତେବେ ତାଲିବାନ ସହ ସେ ସାମିଲ ହୋଇ ନାହାନ୍ତି ବରଂ ତା’ର ଶାସନକୁ ଗ୍ରହଣ କରି ନେଇଛନ୍ତି ବୋଲି କହିଛନ୍ତି ।

Share