ପାକିସ୍ତାନରେ ପ୍ରବଳ ବନ୍ୟା: ଗଲାଣି ୯୩୭ ଜୀବନ, ଜରୁରିକାଳୀନ ପରିସ୍ଥିତି ଘୋଷଣା

ଇସଲାମାବାଦ,୨୬ା୮: ପାକିସ୍ତାନରେ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଜାତୀୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(NDMA)ର ଆକଳନ ଅନୁଯାୟୀ, ଏଠାରେ ବର୍ଷା ଓ ବନ୍ୟା ଯୋଗୁ ଶୁକ୍ରବାର ସୁଦ୍ଧା ୩୪୩ ଶିଶୁଙ୍କ ସମେତ ୯୩୭ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ଦେଶରେ ଅତି କମ୍‌ରେ ୩ କୋଟି ଲୋକ ଅଛନ୍ତି। ଯେଉଁମାନଙ୍କ ମୁଣ୍ଡ ଉପରେ ଛାତ ନାହିଁ, ଭୋକ ମେଣ୍ଟାଇବା ପାଇଁ ଖାଦ୍ୟ ନାହିଁ।

Share