ଅଟା ପାଇଁ ଦଳାଚକଟା: ୪ ମୃତ

ଲାହୋର,୨୬।୩: ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଲାଗିରହିଛି। ଲୋକେ ଅଟା ପାଇଁ ଲମ୍ବା ଲାଇନ ଲଗାଉଛନ୍ତି। ପଞ୍ଜାବ ପ୍ରଦେଶରେ ସରକାରୀ ବଣ୍ଟନ କେନ୍ଦ୍ରରୁ ମାଗଣା ଅଟା ଆଣିବାକୁ ଚେଷ୍ଟା କରୁଥିବାବେଳେ ଦଳାଚକଟା ହୋଇଛି। ଏଥିରେ ଚାରିଜଣ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକେ ଚେତାଶୂନ୍ୟ ହୋଇପଡିଛନ୍ତି। ପଞ୍ଜାବର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ଆକାଶଛୁଆଁ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ପଞ୍ଜାବ ପ୍ରଦେଶର ଗରିବ ଲୋକଙ୍କ ପାଇଁ ମାଗଣା ଅଟା ଯୋଜନା ଆରମ୍ଭ ହୋଇଥିଲା। ଏହାର ଫାଇଦା ଉଠାଇବା ପାଇଁ ସରକାରୀ ବଣ୍ଟନ କେନ୍ଦ୍ରରେ ଭିଡ ଜମିଥିଲା।

Share