Posted inଖେଳ

ଭାରତ ଆସିବାକୁ ପାକିସ୍ତାନ କ୍ରିକେଟ ଦଳକୁ ଅନୁମତି

କରାଚୀ, ୭ା୮ (ପି.ଟି.): ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ଖେଳିବା ପାଇଁ ପାକିସ୍ତାନ ସରକାର ରବିବାର ଦେଶର ସିନିୟର ପୁରୁଷ କ୍ରିକେଟ ଦଳକୁ ଭାରତ ଯିବା ଲାଗି ଅନୁମତି ପ୍ରଦାନ କରିଛି। ତେବେ ଦଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିବା ସହ ଏନେଇ ଆଇସିସି ଓ ବିସିସିଆଇର ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛି। ଭାରତରେ ୫୦ ଓଭର ବିଶିଷ୍ଟ ବିଶ୍ୱକପ୍‌ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ମ୍ୟାଚ ଅକ୍ଟୋବର ୧୫ ପରିବର୍ତ୍ତେ ଅକ୍ଟୋବର ୧୪ରେ ଅହମଦାବାଦରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ହେଲେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ କରାଯାଇ ନାହିଁ। ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ୍‌ ଇସ୍ତାହାରରେ କହିଛି, ଖେଳ ସହିତ ରାଜନୀତିକୁ ମିଶ୍ରଣ ନ କରିବା ଲାଗି ପାକିସ୍ତାନ ବାରମ୍ବାର କହିଆସିଛି। ଆଗାମୀ ବିଶ୍ୱକପ୍‌ରେ ଭାଗ ନେବାଲାଗି ଭାରତକୁ ଦଳ ପଠାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି ଅନ୍ତର୍ଜାତୀୟ କ୍ରୀଡ଼ା ସମ୍ବନ୍ଧୀୟ ଦାୟିତ୍ୱ ପୂରଣ କ୍ଷେତ୍ରରେ ଅନ୍ତରାୟ ନ ହେଉ। ଭାରତ ଗସ୍ତ ସମୟରେ ପାକିସ୍ତାନ ଦଳକୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦିଆଯିବ ବୋଲି ଆମେ ଆଶା କରୁଛୁ। ଏସିଆ କପ୍‌ ଖେଳିବା ଲାଗି ପାକିସ୍ତାନକୁ ଦଳ ପଠାଇବା ଲାଗି ଭାରତ ମନା କରିଦେଇଥିଲା।

ଏହା ସତ୍ତ୍ୱେ ଭାରତକୁ ଦଳ ପଠାଇବା ଲାଗି ପାକିସ୍ତାନ ରାଜି ହେବା ଏକ ଗଠନମୂଳକ ନିଷ୍ପତ୍ତି ବୋଲି କୁହାଯାଉଛି। ୫୦ ଓଭର ବିଶିଷ୍ଟ ଇଭେଣ୍ଟରେ ଜାତୀୟ ଦଳର ଅଂଶଗ୍ରହଣ ନେଇ ଦୀର୍ଘ ସମୟ ଧରି ଦେଖା ଦେଇଥିବା ଅନିଶ୍ଚିତତାର ଅବସାନ ଘଟିଛି। ଏସିଆ କପ୍‌ ୨୦୨୩ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବା ଲାଗି ଭାରତ ରାଜି ନ ହେବା ପରେ ଏହାର ପୂର୍ବତନ ଖେଳାଳି ତଥା ପିସିବି ମୁଖ୍ୟ ରମିଜ ରାଜା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବିଶ୍ୱକପ୍‌ ଖେଳିବା ଲାଗି ପାକିସ୍ତାନ ଭାରତ ଗସ୍ତରେ ଯିବ ନାହିଁ ବୋଲି ସେ ଧମକ ଦେଇଥିଲେ। ଫଳରେ ପାକିସ୍ତାନର ଅଂଶଗ୍ରହଣ ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି)ର ନିଷ୍ପତ୍ତି ଅନୁସାରେ ଏସିଆ କପ୍‌ ବର୍ତ୍ତମାନ ହାଇବ୍ରିଡ୍‌ ମଡେଲ ଅନୁସାରେ ଖେଳାଯିବ। ଏହା ଅଗଷ୍ଟ ୩୦ରେ ଆରମ୍ଭ ହେବ। ପାକିସ୍ତାନରେ ୪ଟି ମ୍ୟାଚ ଖେଳାଯିବାକୁଥିବା ବେଳେ ଫାଇନାଲ ସମେତ ଅବଶିଷ୍ଟ ୯ଟି ମ୍ୟାଚ ଶ୍ରୀଲଙ୍କାରେ ହେବ।

କିଛି ଦିନ ତଳେ ପିସିବି ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନିକଟକୁ ପତ୍ର ଲେଖିଥିଲା। ୫୦ ଓଭର ବିଶିଷ୍ଟ ବିଶ୍ୱକପ୍‌ ଖେଳିବା ଲାଗି ଭାରତ ଯିବା ପାଇଁ ଅନୁମତି ମାଗିଥିଲେ। ଏହାର ଏକ ନକଲ ଆଭ୍ୟନ୍ତରୀଣ ଓ ବୈଦେଶିକ ମନ୍ତ୍ରଣାଳୟ ନିକଟକୁ ମଧ୍ୟ ପଠାଯାଇଥିଲା। ପାକିସ୍ତାନ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବ କି ନା ସେ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଶରିଫ ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋଙ୍କ ଅଧ୍ୟକ୍ଷତାରେ ଏକ କଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ପାକିସ୍ତାନ ଶେଷ ଥର ପାଇଁ ୨୦୧୬ରେ ଆଇସିସି ଟି୨୦ ବିଶ୍ୱକପ୍‌ ଖେଳିବା ଲାଗି ଭାରତ ଗସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri