Posted inଖେଳ

ଭାରତ ଜିଦ୍‌ ଆଗରେ ନଇଁଲା ପାକିସ୍ତାନ, ହାଇବ୍ରିଡ୍‌ ମଡେଲ ପାଇଁ ହେଲା ରାଜି , ରଖିଲା ବଡ଼ ସର୍ତ୍ତ…

ଦୁବାଇ,୩୦।୧୧: ଆସନ୍ତା ବର୍ଷ ପାକିସ୍ତାନରେ ଖେଳାଯିବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଆୟୋଜନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱରେ ପଡିଛି ପୂର୍ଣ୍ଣଚ୍ଛେଦ। ଆଇସିସି ମଧ୍ୟସ୍ଥତାରେ ଅନୁଷ୍ଠିତ ବୈଠକରେ ହାଇବ୍ରିଡ ମଡେଲ ପାଇଁ ସହମତି ପ୍ରକାଶ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ମୁଖ୍ୟ ମୋହସିନ୍‌ ନକ୍‌ଭି। ଆସନ୍ତା ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ପାଇଁ ଯିବାକୁ ମନା କରିଥିଲା ଭାରତ। ସୁରକ୍ଷା ଦୃଷ୍ଟି କୋଣରୁ ଭାରତ ସରକାର ଯିବା ପାଇଁ ଅନୁମତି ଦେଇ ନ ଥିଲେ। ଦୀର୍ଘ ଦିନର ବୈଠକ ପରେ ନକ୍‌ଭି ଶେଷରେ ହାଇବ୍ରିଡ ମଡେଲ ପାଇଁ ସହମତି ପ୍ରକାଶ କରିଥିଲେ ମଧ୍ୟ ଏକ ସର୍ତ୍ତ ରଖିଛନ୍ତି। ୨୦୩୧ ଯାଏ ଭାରତରେ ହେବାକୁ ଥିବା କୌଣସି ଟୁର୍ନାମେଣ୍ଟରେ ପାକିସ୍ତାନ ଅଂଶଗ୍ରହଣ କରିବ ନାହିଁ ବୋଲି ନକ୍‌ଭି କହିଛନ୍ତି।

ଉଭୟ ପକ୍ଷଙ୍କ ସମ୍ମାନକୁ ଦୃଷ୍ଟିରେ ରଖିବା ସହ କ୍ରିକେଟ୍‌ ଦୃଷ୍ଟିକୋଣକୁ ମଧ୍ୟ ଗୁରୁତ୍ୱ ଦେଇ ପିସିବି ହାଇବ୍ରିଡ ମଡେଲ ପାଇଁ ରାଜି ହୋଇଥିବା ନକ୍‌ଭି ମତ ରଖିଥିଲେ। କ୍ରିକେଟର ସ୍ବାର୍ଥ ସହିତ ପାକିସ୍ତାନର ସମ୍ମାନ ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ୨୦୩୧ ଯାଏ ଭାରତରେ ହେବାକୁ ଥିବା ସମସ୍ତ ଟୁର୍ନାମେଣ୍ଟ ହାଇବ୍ରିଡ ମୋଡରେ ଖେଳିବା ପାଇଁ ପିସିବି ନିଷ୍ପତ୍ତି ନେଇଥିବା କହିଛନ୍ତି ନକ୍‌ଭି। ଆଇସିସି ଏହି ନିଷ୍ପତ୍ତିକୁ ଗ୍ରୀନ୍‌ ସିଗ୍‌ନାଲ ଦେବା ପରେ ହାଇବ୍ରିଡ ମଡେଲ ପାଇଁ ପିସିବି ରାଜି ହେବ ବୋଲି ସେ କହିଛନ୍ତି। ଏହା ସହ ଚଳିତ ଆର୍ଥିକ ବର୍ଷରେ ପାକିସ୍ତାନର ରେଭିନ୍ୟୁରେ ୫.୭୫ ପ୍ରତିଶତ ବୃଦ୍ଧି କରିବା ପାଇଁ ନକ୍‌ଭି ଅନୁରୋଧ କରିଛନ୍ତି।

ଦୁବାଇରେ ଅନୁଷ୍ଠିତ ଆଇସିସି ବୈଠକରେ ମୋହସିନ୍‌ ନକ୍‌ଭି ଓ ବିସିସିଆଇ ସମ୍ପାଦକ ଜୟ ଶାହା ଅଂଶଗ୍ରହଣ କରିଥିଲେ। ମୋହସିନ୍‌ ଏହି ବୈଠକରେ ଉପସ୍ଥିତ ଥିବା ସମୟରେ ଶାହା ଭର୍ଚୁଆଲରେ ଯୋଗ ଦେଇଥିଲେ। ୨୦୩୧ ମଧ୍ୟରେ ଭାରତରେ ୩ଟି ଆଇସିସି ଟୁର୍ନାମେଣ୍ଟ ଖେଳାଯିବ। ଶ୍ରୀଲଙ୍କା ସହ ମିଳିତ ଭାବରେ ୨୦୨୬ ଟି୨୦ ବିଶ୍ୱକପ, ୨୦୨୯ ଚାମ୍ପିୟନ୍ସ ଟ୍ରଫି ଓ ବାଂଲାଦେଶ ସହ ମିଳିତ ଭାବରେ ୨୦୩୧ ଦିନିକିଆ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି ଭାରତ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri