Posted inଖେଳ

ଭାରତ ଜିଦ୍‌ ଆଗରେ ନଇଁଲା ପାକିସ୍ତାନ, ହାଇବ୍ରିଡ୍‌ ମଡେଲ ପାଇଁ ହେଲା ରାଜି , ରଖିଲା ବଡ଼ ସର୍ତ୍ତ…

ଦୁବାଇ,୩୦।୧୧: ଆସନ୍ତା ବର୍ଷ ପାକିସ୍ତାନରେ ଖେଳାଯିବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଆୟୋଜନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱରେ ପଡିଛି ପୂର୍ଣ୍ଣଚ୍ଛେଦ। ଆଇସିସି ମଧ୍ୟସ୍ଥତାରେ ଅନୁଷ୍ଠିତ ବୈଠକରେ ହାଇବ୍ରିଡ ମଡେଲ ପାଇଁ ସହମତି ପ୍ରକାଶ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ମୁଖ୍ୟ ମୋହସିନ୍‌ ନକ୍‌ଭି। ଆସନ୍ତା ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ପାଇଁ ଯିବାକୁ ମନା କରିଥିଲା ଭାରତ। ସୁରକ୍ଷା ଦୃଷ୍ଟି କୋଣରୁ ଭାରତ ସରକାର ଯିବା ପାଇଁ ଅନୁମତି ଦେଇ ନ ଥିଲେ। ଦୀର୍ଘ ଦିନର ବୈଠକ ପରେ ନକ୍‌ଭି ଶେଷରେ ହାଇବ୍ରିଡ ମଡେଲ ପାଇଁ ସହମତି ପ୍ରକାଶ କରିଥିଲେ ମଧ୍ୟ ଏକ ସର୍ତ୍ତ ରଖିଛନ୍ତି। ୨୦୩୧ ଯାଏ ଭାରତରେ ହେବାକୁ ଥିବା କୌଣସି ଟୁର୍ନାମେଣ୍ଟରେ ପାକିସ୍ତାନ ଅଂଶଗ୍ରହଣ କରିବ ନାହିଁ ବୋଲି ନକ୍‌ଭି କହିଛନ୍ତି।

ଉଭୟ ପକ୍ଷଙ୍କ ସମ୍ମାନକୁ ଦୃଷ୍ଟିରେ ରଖିବା ସହ କ୍ରିକେଟ୍‌ ଦୃଷ୍ଟିକୋଣକୁ ମଧ୍ୟ ଗୁରୁତ୍ୱ ଦେଇ ପିସିବି ହାଇବ୍ରିଡ ମଡେଲ ପାଇଁ ରାଜି ହୋଇଥିବା ନକ୍‌ଭି ମତ ରଖିଥିଲେ। କ୍ରିକେଟର ସ୍ବାର୍ଥ ସହିତ ପାକିସ୍ତାନର ସମ୍ମାନ ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ୨୦୩୧ ଯାଏ ଭାରତରେ ହେବାକୁ ଥିବା ସମସ୍ତ ଟୁର୍ନାମେଣ୍ଟ ହାଇବ୍ରିଡ ମୋଡରେ ଖେଳିବା ପାଇଁ ପିସିବି ନିଷ୍ପତ୍ତି ନେଇଥିବା କହିଛନ୍ତି ନକ୍‌ଭି। ଆଇସିସି ଏହି ନିଷ୍ପତ୍ତିକୁ ଗ୍ରୀନ୍‌ ସିଗ୍‌ନାଲ ଦେବା ପରେ ହାଇବ୍ରିଡ ମଡେଲ ପାଇଁ ପିସିବି ରାଜି ହେବ ବୋଲି ସେ କହିଛନ୍ତି। ଏହା ସହ ଚଳିତ ଆର୍ଥିକ ବର୍ଷରେ ପାକିସ୍ତାନର ରେଭିନ୍ୟୁରେ ୫.୭୫ ପ୍ରତିଶତ ବୃଦ୍ଧି କରିବା ପାଇଁ ନକ୍‌ଭି ଅନୁରୋଧ କରିଛନ୍ତି।

ଦୁବାଇରେ ଅନୁଷ୍ଠିତ ଆଇସିସି ବୈଠକରେ ମୋହସିନ୍‌ ନକ୍‌ଭି ଓ ବିସିସିଆଇ ସମ୍ପାଦକ ଜୟ ଶାହା ଅଂଶଗ୍ରହଣ କରିଥିଲେ। ମୋହସିନ୍‌ ଏହି ବୈଠକରେ ଉପସ୍ଥିତ ଥିବା ସମୟରେ ଶାହା ଭର୍ଚୁଆଲରେ ଯୋଗ ଦେଇଥିଲେ। ୨୦୩୧ ମଧ୍ୟରେ ଭାରତରେ ୩ଟି ଆଇସିସି ଟୁର୍ନାମେଣ୍ଟ ଖେଳାଯିବ। ଶ୍ରୀଲଙ୍କା ସହ ମିଳିତ ଭାବରେ ୨୦୨୬ ଟି୨୦ ବିଶ୍ୱକପ, ୨୦୨୯ ଚାମ୍ପିୟନ୍ସ ଟ୍ରଫି ଓ ବାଂଲାଦେଶ ସହ ମିଳିତ ଭାବରେ ୨୦୩୧ ଦିନିକିଆ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି ଭାରତ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସୀମାନ୍ତ ଗାଁରେ ଆଧାର କାର୍ଡ ଅପଡେଟ୍‌ କରିବାକୁ ଆନ୍ଧ୍ରର ପ୍ରଚେଷ୍ଟା, ଓଡ଼ିଶା ସରକାରଙ୍କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ…

ପଟ୍ଟାଙ୍ଗି,୨୯।୧(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ ପଡୁନାହିଁ ।…

ସ୍ବାସ୍ଥ୍ୟସେବାରେ ଅବଦାନ ପାଇଁ ପୁରସ୍କୃତ ହେଲେ କର୍ମଚାରୀ

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଜିଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଏବଂ ଜନ ଆରୋଗ୍ୟ ସମିତି…

ଚାଇନାର ବଡ଼ କାର୍ଯ୍ୟାନୁଷ୍ଠାନ: ‘ମିଙ୍ଗ୍ ଫ୍ୟାମିଲି’ର ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୨୯।୧: ଅନଲାଇନ୍ ସ୍କାମ୍ ସିଣ୍ଡିକେଟକୁ ବଡ ଝଟକା ଦେଲେ ଚାଇନା ସରକାର । ମ୍ୟାନ୍‌ମାରରେ ଚାଲିଥିବା ବିଶ୍ୱସ୍ତରୀୟ ଏହି ଅପରାଧିକ ସିଣ୍ଡିକେଟ୍ ବିରୋଧରେ ଚାଇନା ସରକାର ଏକ…

ବୟକଟ ଖେଳ ଶେଷ: ୨ରେ କଲମ୍ବୋରେ ପହଞ୍ଚିବ ପାକିସ୍ତାନ ଦଳ

ଲାହୋର,୨୯ା୧: ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପାକିସ୍ତାନ ଦଳ ଆସନ୍ତା ୨ ତାରିଖରେ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରିବ…

ମୁଣ୍ଡକୁ ଚଢ଼ିଗଲା ରାଗ, ପାରିବାରିକ ବିବାଦ ପରେ ସ୍ତ୍ରୀଙ୍କ ବେକ-ମୁଣ୍ଡକୁ ହାଣିଦେଲେ ସ୍ବାମୀ  

ରାୟଗଡା,୨୯।୧(ଆଶିଷ ରଞ୍ଜନ ପଣ୍ଡା)- ପାରିବାରିକ ବିବାଦରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ। ରାୟଗଡା ଜିଲା କୁମ୍ବିକୋଟା ଫାଣ୍ଡି ଅଞ୍ଚଳରେ ପତ୍ନୀ ଶୋଇଥିବା ବେଳେ ସ୍ବାମୀ ଟାଙ୍ଗିଆରେ ହାଣି…

୨୦ ଲକ୍ଷ ଟଙ୍କା ଆତ୍ମସାତ: ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ

ବାଲେଶ୍ୱର,୨୯।୧: ସରକାରୀ ଟଙ୍କା ହେରଫେର କରି ଗିରଫ ହେଲେ ସମବାୟ ସମିତିର ପୂର୍ବତନ ସମ୍ପାଦକ। ଫସଲ ବୀମା ଯୋଜନାରେ ବ୍ୟାପକ ସରକାରୀ ଅର୍ଥ ହରିଲୁଟ କରିବା ଅଭିଯୋଗରେ…

ହିନ୍ଦୁ ସମ୍ମିଳନୀ: ରାଷ୍ଟ୍ରର ସୁରକ୍ଷା ପାଇଁ ଏକତ୍ରିତ ହେବାକୁ ଆହ୍ୱାନ

ଖଡ଼ିଆଳ,୨୯ା୧(ସୁଜିତ କୁମାର ପ୍ରଧାନ): ସନାତନ ଧର୍ମ, ସଂସ୍କୃତି ଓ ସାମାଜିକ ଏକତାର ପ୍ରତୀକ ହିନ୍ଦୁ ସମ୍ମିଳନୀ ଖଡ଼ିଆଳ ଖଣ୍ଡର ଡୁଆଝର ମଣ୍ଡଳରେ ଅନୁଷ୍ଠିତ ହୋଇଯାଇଛି। ସମିତି କୋଷାଧ୍ୟକ୍ଷ…

ଏମିତି ଜୀବ, ଯାହା ନିଃଶ୍ୱାସ ନ ନେଇ ବଞ୍ଚିଥାଏ

ଦୁନିଆରେ ଏପରି ଅନେକ ଜୀବ ଅଛନ୍ତି, ଯାହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛନ୍ତି। ଆଜି ଏମିତି ଏକ ଜୀବ ବିଷୟରେ କହିବୁ ଯାହା ନିଃଶ୍ୱାସ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri