ଇମ୍ରାନ୍‌ ଖାନଙ୍କୁ ଆଶ୍ୱସ୍ତି

ଇସଲାମାବାଦ,୧୨।୧୦: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଆଶ୍ୱସ୍ତି ମିଳିଛି। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଇମ୍ରାନ୍‌ ଖାନଙ୍କ ଅଲଗା ଅଲଗା ଆବେଦନକୁ ଏକତ୍ର କରିଛନ୍ତି। ଏହି ଆବେଦନଗୁଡିକରେ ସିଫର ମାମଲାରେ ଟ୍ରାଏଲ କୋର୍ଟର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ଏବଂ ମାମଲାକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିବାକୁ ଦାବି କରାଯାଇଥିଲା।

ଇସଲାମାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଆମିର ଫାରୁକ ସିଫର ମାମଲାରେ ଇମ୍ରାନ୍‌ଙ୍କ ଶୁଣାଣ ଉପରେରୋକ ଲଗାଇବା ଅଲଗା ଅଲଗା ଆବେଦନକୁ ମୁଖ୍ୟ ଆବେଦନ ସହିତ ଯୋଡି ଦେଇଛନ୍ତି। ଏହି ଆବେଦନ ଅନୁଯାୟୀ ଇମ୍ରାନ୍‌ ମାମଲାକୁ ଖାରଜ କରିବାକୁ ଦାବି କରିଛନ୍ତି। ଶୁଣାଣି ପାଇଁ ଏକ ତାରିଖ ସ୍ଥିର କରିବାକୁ ଇମ୍ରାନ୍‌ ମଧ୍ୟ ଦାବି କରିଛନ୍ତି।

Share