Categories: ଖେଳ

ଡାରେସ ସାମିଙ୍କୁ ପାକିସ୍ତାନ ନାଗରିକତ୍ୱ

କରାଚୀ,୨୨ା୨ (ପି.ଟି.): ଡାରେନ ସାମିଙ୍କୁ ସମ୍ମାନ ସୂଚକ ନାଗରିକତ୍ୱ ପ୍ରଦାନ କରିବା ଲାଗି ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି। ସାମିଙ୍କ ଯୋଗୁ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ କରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଶନିବାର ପ୍ରକାଶ କରିଛି। ସାମି ବର୍ତ୍ତମାନ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ସିଜନରେ ପେଶାଓ୍ବାର ଜାଲ୍‌ମିର ନେତୃତ୍ୱ ନେଉଛନ୍ତି। ମାର୍ଚ୍ଚ ୨୩ରେ ରଷ୍ଟ୍ରପତି ଆରିଫ୍‌ ଆଲ୍‌ଭି ତାଙ୍କୁ ପାକିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନ ନିଶାନ-ଇ-ହାଇଦର ପ୍ରଦାନ କରିବେ। ସାମି ପିଏସ୍‌ଏଲ୍‌ ଆରମ୍ଭରୁ ଏହା ସହିତ ସମ୍ପୃକ୍ତ ଅଛନ୍ତି। ଦେଶକୁ ଅନ୍ତର୍ଜାତୀୟ କ୍ରିକେଟ ଫେରାଇ ଆଣିବା ଲାଗି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୁରକ୍ଷା ଜନିତ କାରଣ ଦର୍ଶାଇ ୨୦୧୭ରେ ପିଏସ୍‌ଏଲ ଫାଇନାଲ ଖେଳାିବା ଲାଗି ଅଧିକାଂଶ ବିଦେଶୀ ଖେଳାଳି ରାଜି ହୋଇ ନ ଥିଲେ। ସେତେବେଳେ ସାମୀ ଏଥିରେ ଖେଳିବାକୁ ରାଜି ଥିଲେ। ତାଙ୍କ ଅଧିନାୟକତ୍ୱରେ ପେଶାଓ୍ବାର ଟାଇଟଲ ଜିତିଥିଲା।

Share