Posted inଖେଳ

ପୁଣି କୋହଲିଙ୍କୁ ଟପିଲେ ବାବର: ଏକାସଙ୍ଗେ ୪ କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିଲେ

ରୋଟରଡାମ,୧୭।୮: ରୋଟରଡାମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପାକିସ୍ତାନ ନେଦରଲ୍ୟାଣ୍ଡକୁ ୧୬ ରନ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୬ ଉଇକେଟ ହରାଇ ୩୧୪ ରନ ସଂଗ୍ରହ କରିଥିଲା। ଫଖର ଜମାନ ୧୦୯ ରନ ଏବଂ ଅଧିନାୟକ ବାବର ଆଜାମ ୭୪ ରନ ସ୍କୋର କରିଥିଲେ। ଏହାର ଜବାବରେ ନେଦରଲ୍ୟାଣ୍ଡ ଦଳ କେବଳ ୫୦ ଓଭରରେ ୮ ଉଇକେଟ ହରାଇ ୨୯୮ ରନ କରିପାରିଥିଲା।
ଏହି ମ୍ୟାଚରେ ବାବର ୮୫ ବଲରେ ୭୪ ରନ ସଂଗ୍ରହ କରି ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କେବଳ ବିରାଟ କୋହଲିଙ୍କୁ ନୁହେଁ, ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇଛନ୍ତି। ବାବରଙ୍କ ଦିନିକିଆ କ୍ୟାରିୟରର ଏହା ୧୪ତମ ଅର୍ଦ୍ଧଶତକ ଥିଲା। ବାବର ବର୍ତ୍ତମାନ ପ୍ରାରମ୍ଭିକ ୮୮ ଇନିଂସ ପରେ ଦିନିକିଆରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ଏହି ମାମଲାରେ ସେ ହାସିମ ଆମଲା, କୋହଲି ଏବଂ ଭିଭିଆନ ରିଚାର୍ଡସଙ୍କୁ ପଛରେ ପକାଇ ଦେଇଛନ୍ତି।
୮୮ ଇନିଂସ ପରେ ବାବର ଦିନିକିଆରେ ୪୫୧୬ ରନ କରିଛନ୍ତି। ଏଥିସହିତ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଆମଲା ୮୮ ଇନିଂସ ପରେ ୪୪୭୩ ରନ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଆନ ରିଚାର୍ଡସ ତାଙ୍କର ପ୍ରାରମ୍ଭିକ ୮୮ ଇନିଂସ ପରେ ଦିନିକିଆରେ ୪୦୩୮ ରନ ସ୍କୋର କରିଥିଲେ। ଏଥି ସହିତ ୱେଷ୍ଟଇଣ୍ଡିଜର ଶାଇ ହୋପ ୮୮ ଇନିଂସ ପରେ ୪୦୨୬ ରନ ସଂଗ୍ରହ କରିଥିଲେ। ଭାରତର ବିରାଟ କୋହଲି ପ୍ରାରମ୍ଭିକ ୮୮ ଇନିଂସ ପରେ ଦିନିକିଆରେ ୩୮୮୬ ରନ ସଂଗ୍ରହ କରିଥିଲେ। ବାବର ସମସ୍ତଙ୍କୁ ପଛରେ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri