Categories: Home Leftଖେଳ

ନୋ ହ୍ୟାଣ୍ଡଶେକ ନୀତି ଉପରେ ପ୍ରଥମ ଥର ମୁହଁ ଖୋଲିଲେ ପାକିସ୍ତାନ ଅଧିନାୟକ ଆଘା

ଇସଲାମାବାଦ,୨ା୫: ଗତ ବର୍ଷ ଏସିଆ କପ୍‌ ବେଳେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ଆପଣେଇଥିବା ନୋ ହ୍ୟାଣ୍ଡଶେକ ନୀତି ଏବେ ବି ପ୍ରଶଂସକଙ୍କ ମନରେ ଉଜ୍ଜୀବିତ ରହିଛି। ଏହି ସମ୍ପର୍କରେ ପାକିସ୍ତାନ ଦଳର ଅଧିନାୟକ ସଲମାନ ଆଘା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଏସିଆ କପ୍‌ ପୂର୍ୱରୁ ଘଟିଥିବା ପହଲଗାମ ଆକ୍ରମଣ କାରଣରୁ ଭାରତୀୟ ଦଳ, ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇବାକୁ ନିଷ୍ପତ୍ତି ନେଇଥିଲା।

ଟସ୍‌ ପାଇଁ ଯାଇଥିଲି। ସେଥି ପୂର୍ୱରୁ ଏକ ଖବରଦାତା ସମ୍ମିଳନୀ ହୋଇଥିଲା। ସେଠାରେ ସମସ୍ତେ ହାତ ମିଳାଇବା ସହ ଟ୍ରଫି ଶୁଟ୍‌ ହୋଇଥିଲା। ଏଣୁ ଟସ୍‌ ପାଇଁ ଗଲା ବେଳେ ଆଗକୁ କ’ଣ ଘଟିବାକୁ ଯାଉଛି, ମୋତେ ଜଣା ନ ଥିଲା। ମୁଁ ଆମ ମିଡିଆ ମ୍ୟାନେଜର ନଇମ ଭାଇଙ୍କ ସହ ଯାଇଥିଲି। ମ୍ୟାଚ୍‌ ରେଫରୀଙ୍କ ନାମ ମୋର ମନେ ନାହିଁ। କିନ୍ତୁ ସେ ମୋତେ ଦୂରକୁ ନେଇ କହିଥିଲେ ଯେ, ହ୍ୟାଣ୍ଡଶେକ ହେବ ନାହିଁ।

ମୁଁ ତାଙ୍କୁ କହିଥିଲି, ଯଦି ହ୍ୟାଣ୍ଡଶେକ ନ ହେବ କୌଣସି ଅସୁବିଧା ନାହିଁ। ମୁଁ ବି ସେଥିଲାଗି ବିଶେଷ ଇଚ୍ଛୁକ ନୁହେଁ। ସେ ମୋତେ ଟସ୍‌ ପୂର୍ୱରୁ ହିଁ କହିଥିଲେ। ମ୍ୟାଚ୍‌ରେ ପରାଜିତ ହେବା ପରେ ଆମେ ସେମାନଙ୍କ ଡ୍ରେସିଂ ରୁମ୍‌କୁ ଯାଇଥିଲୁ। କିନ୍ତୁ ସେମାନେ ହ୍ୟାଣ୍ଡଶେକ କରି ନ ଥିଲେ ବୋଲି ଆଘା ପ୍ରକାଶ କରିଛନ୍ତି।

Share