Posted inଖେଳ

ପୁଣି ପ୍ରେସ୍‌ କନ୍‌ଫରେନ୍ସ ବାତିଲ କଲା ପାକିସ୍ତାନ, ଭାରତ ବିପକ୍ଷ ମୁକାବିଲା ପୂର୍ବରୁ… 

ଦୁବାଇ,୨୦।୯: ସୁଧୁରିବାର ନାଁ ନେଉନାହିଁ ପାକିସ୍ତାନ କ୍ରିକେଟ ଟିମ। ଏସିଆ କପ୍‌ ୨୦୨୫ର ସୁପର-୪ରେ ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ଦଳ ଆଇସିସି ଏକାଡେମୀରେ ହେବାକୁ ଥିବା ପ୍ରେସ କନଫରେନ୍ସ ରଦ୍ଦ କରିଛି। ଏହା ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ବିପକ୍ଷ ମ୍ୟାଚ୍‌ ପୂର୍ବରୁ ମଧ୍ୟ ପାକିସ୍ତାନ ଏକାନ୍ତ ଭାବେ ପ୍ରେସ କନଫରେନ୍ସ ରଦ୍ଦ କରିଥିଲା। ଏହା ସହିତ ଖବର ମିଳୁଛି ଯେ ୨୧ ସେପ୍ଟେମ୍ବରରେ ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ମୋଟିଭେସନାଲ ସ୍ପିକର ଡକ୍ଟର ରାହିଲଙ୍କୁ ଡାକିଛି।
ଏସିଆ କପ୍‌ ୨୦୨୫ରେ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ପ୍ରେସ କନଫରେନ୍ସ ରଦ୍ଦ କରିଛି। ଏହା ପୂର୍ବରୁ ୟୁଏଇ ବିପକ୍ଷ ମ୍ୟାଚ ପୂର୍ବରୁ ମଧ୍ୟ ସେମାନେ ଏଭଳି କରିଥିଲେ। ଏବେ ସୁପର-୪ରେ ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ପୁଣି ଥରେ ଏହି କାର୍ଯ୍ୟକଳାପ ଜାରି ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଲିଗ୍‌ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାକିସ୍ତାନକୁ ୭ ଉଇକେଟରେ ପରାସ୍ତ କରିଥିବାରୁ ପାକିସ୍ତାନ ଟିମରେ ଉତ୍ସାହରେ ଅଭାବ ଦେଖାଦେଇଛି।
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତୀୟ ଦଳ ଏସିଆ କପରେ ପାକିସ୍ତାନ ସହ ହାତ ମିଳାଇବାକୁ ମନା କରିଦେଇଥିଲା। ଏହି ନିଷ୍ପତ୍ତି ପାକିସ୍ତାନ ଦଳକୁ ପସନ୍ଦ  ଆସି ନ ଥିଲା। ଏହା ପରେ ସେମାନେ ଲଗାତାର କିଛି ନା କିଛି ବିବାଦୀୟ କାର୍ଯ୍ୟକଳାପ ଜାରି ରଖିଛନ୍ତି। ପିସିବି ମ୍ୟାଚ୍‌ ରେଫରୀ ଆଣ୍ଡ୍ରି ପାଇକ୍ରଫ୍ଟଙ୍କ ଉପରେ ଭାରତୀୟ ଦଳ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନ ନେବାର ଅଭିଯୋଗ ଲଗାଇଛି। ସେମାନେ ଧମକ ଦେଇଥିଲେ ଯେ ଯଦି ସେମାନଙ୍କ ଦାବି ପୂରଣ ନ ହୁଏ, ତେବେ ସେମାନେ ଟୁର୍ନାମେଣ୍ଟରୁ ଓହରିଯିବେ ଏବଂ ୟୁଏଇ ବିପକ୍ଷ ତୃତୀୟ ଗ୍ରୁପ୍‌ ମ୍ୟାଚରେ ବିଳମ୍ବରେ ଆରମ୍ଭ କରିଥିଲେ। ହେଲେ ଆଣ୍ଡି ପାଇକ୍ରଫ୍ଟଙ୍କ ସହ ବୈଠକ ପରେ ପିସିବି ଟୁର୍ନାମେଣ୍ଟରେ ଖେଳିବାକୁ ରାଜି ହୋଇଥିଲା।
ବିବାଦ ଏଠାରେ ଶେଷ ହୋଇ ନ ଥିଲା। ଆଇସିସି ପ୍ଲେୟାର୍ସ ଆଣ୍ଡ ମ୍ୟାଚ୍‌ ଅଫିସିଆଲ୍ସ ଏରିଆ (ପିଏମ୍‌ଓଏ)ରେ ପାଇକ୍ରଫ୍ଟଙ୍କ ସହ ହୋଇଥିବା ବୈଠକର ଭିଡିଓ ତିଆରି ଏବଂ ଅନଲାଇନ୍‌ରେ ପ୍ରକାଶ କରିବାକୁ ନେଇ ପିସିବିକୁ ଏକ ମେଲ ପଠାଇଥିଲା। ଏହାର ଜବାବରେ ପିସିବି କହିଥିଲା ଯେ ଏହା ଆଇସିସି ପ୍ରୋଟୋକଲ ଅନୁଯାୟୀ ଥିଲା। ପାକିସ୍ତାନ ଟିମ୍‌ ଉପରେ ଚାପ
ମଇଦାନ ବାହାରେ ଏହି ନାଟକୀୟ ଘଟଣା ପାକିସ୍ତାନ ଟିମ ଉପରେ ଆହୁରି ଚାପ ସୃଷ୍ଟି କରିଛି।
ସଲମାନ ଆଗାଙ୍କ ନେତୃତ୍ୱାଧୀନ ଦଳକୁ ଆଗାମୀ ମ୍ୟାଚରେ ଭାରତୀୟ ଦଳ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ହେବ। ଏହି ହାଇ-ଭୋଲଟେଜ ମୁକାବିଲାରେ ଆଣ୍ଡି ପାଇକ୍ରଫ୍ଟ ପୁଣି ଥରେ ମ୍ୟାଚ ରେଫରୀ ଭାବେ ଦାୟିତ୍ୱ ନିର୍ବାହ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?