ପାକିସ୍ତାନ ହୋଇପାରେ ଇଣ୍ଡିଆ ! ଦାବି କରିପାରେ ଉପସ୍ଥାପନ…

ନୂଆଦିଲ୍ଲୀ/ଇସଲାମାବାଦ,୬।୯ : ଦେଶର ନାମ ପରିବର୍ତ୍ତନ ଇଣ୍ଡିଆରୁ ଭାରତ କରାଯିବା ନେଇ ବିବାଦ ଘଡ଼େିବାରେ ଲାଗିଛି। ଏଥି ସହିତ, ବର୍ତ୍ତମାନ ଏହି ବିବାଦକୁ ନେଇ ପାକିସ୍ତାନରୁ କିଛି ଖବର ଆସିବା ଆରମ୍ଭ କରିଛି। ପାକିସ୍ତାନର ଏକ ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଇଣ୍ଡିଆ ନାମରେ ଏହାର ଦାବିକୁ ଉପସ୍ଥାପନ କରିପାରେ।

ଇଣ୍ଡିଆ ହଟାଇ ଭାରତ ନୂଆ ନାମକରଣ ଦ୍ୱାରା ଆଉ ଇଣ୍ଡିଆ ଶବ୍ଦ ରହିବ ନାହିଁ। ଏକ ରିପୋର୍ଟରେ ଦର୍ଶାଯାଇଛି ଯଦି ଇଣ୍ଡିଆ ନାମର ସରକାରୀ ସ୍ବୀକୃତି ପ୍ରତ୍ୟାହାର କରାଯାଏ, ତେବେ ପାକିସ୍ତାନ ଇଣ୍ଡିଆ ନାମରେ ନିଜର ଦାବି ଉପସ୍ଥାପନ କରିପାରିବ।

ମିଳିଥିବା ଏକ ରିପୋର୍ଟ ଅନୁଯାୟୀ, ଯଦି ମିଳିତ ଜାତିସଂଘରେ ଇଣ୍ଡିଆର ସ୍ବୀକୃତି ପ୍ରତ୍ୟାହାର କରାଯାଏ, ତେବେ ପାକିସ୍ତାନ ଇଣ୍ଡିଆ ନାମରେ ଏକ ଦାବି କରିପାରେ। ପାକିସ୍ତାନ ଦୀର୍ଘ ଦିନ ଧରି ଯୁକ୍ତିତର୍କ କରୁଛି ଇଣ୍ଡିଆ ନାମ ପାକିସ୍ତାନର ସିନ୍ଧୁ ଅଞ୍ଚଳକୁ ଦର୍ଶାଏ। ଏଭଳି ପରିସ୍ଥିତିରେ ପାକିସ୍ତାନ ସହଜରେ ଇଣ୍ଡିଆର ନାମ ହାସଲ କରିପାରିବ।

ରିପୋର୍ଟରେ ଆହୁରି କୁହାଯାଇଛି ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲି ଜିନ୍ନା ଏହି ନାମକୁ ବିରୋଧ କରିଥିଲେ। ବ୍ରିଟିଶ ସରକାରଙ୍କ ଇଣ୍ଡିଆ ନାମକୁ ଏକ ସ୍ବାଧୀନ ଦେଶ ଭାବରେ ଗ୍ରହଣ କରିବା ନେଇ ସେ ଆପତ୍ତି ଜଣାଇଥିଲେ। ସେ ଏହା ବଦଳରେ ହିନ୍ଦୁସ୍ତାନ କିମ୍ବା ଭାରତ ନାମ ପ୍ରସ୍ତାବ ଦେଇଥିଲେ।

୧୯୪୭ ମସିହାରେ ଭାରତର ସ୍ବାଧୀନତାର ଏକ ମାସ ପରେ ମହମ୍ମଦ ଅଲି ଜିନ୍ନା ଲୁଇ ମାଉଣ୍ଟବ୍ୟାଟେନ ପଠାଇଥିବା କଳା ପ୍ରଦର୍ଶନୀର ଚେୟାରମ୍ୟାନ ହେବାକୁ ମନା କରିଦେଇଥିଲେ। ବାସ୍ତବରେ ସେହି ନିମନ୍ତ୍ରଣ ପତ୍ରରେ ହିନ୍ଦୁସ୍ତାନ ପରିବର୍ତ୍ତେ ଇଣ୍ଡିଆ ଶବ୍ଦ ବ୍ୟବହୃତ ହୋଇଥିଲା । ଏହା ଉପରେ ଜିନ୍ନା ମାଉଣ୍ଟବ୍ୟାଟେନଙ୍କୁ ଏକ ଚିଠି ଲେଖିଥିଲେ । ଏହା ଅତ୍ୟନ୍ତ ଦୁଃଖଦାୟକ ଅଜଣା କାରଣରୁ ଭାରତ କୁ ଇଣ୍ଡିଆ ନାମରେ ନାମିତ କରାଯାଇଛି।

Share